ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଶୁଖିଲା ସାମଗ୍ରୀ ଓ ପନିପରିବା ବଣ୍ଟନ
ବନ୍ତ,(ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଦାସସାହିର ୩୦ଟି ଆଦିବାସୀ ପରିବାରର ପ୍ରାୟ ୨ ଶହ ଲୋକଙ୍କୁ ମା’ସିଦ୍ଧଦୁର୍ଗା ଚାରିଟେବୁଲ୍ ଟ୍ରଷ୍ଟ ବରପଦା, କପାସିଆ ପକ୍ଷରୁ ଶୁଖିଲା ସାମଗ୍ରୀ ଓ ପନିପରିବା ବଣ୍ଟନ କରାଯାଇଛି । କରୋନା ଲକ୍ ଡାଉନ୍ ପାଇଁ ଉକ୍ତ ସାହିର ଗରିବ ଆଦିବାସୀ ଲୋକ ମାନେ କାମଧନ୍ଦା ନପାଇ ଭୋକ ଉପାସରେ ଦିନ କାଟୁଥିବା ବେଳେ ସ୍ଥାନୀୟ ସେଚ୍ଛାସେବୀଙ୍କ ଅନୁରୋଧ କ୍ରମେ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା । ଟ୍ରଷ୍ଟର ସଭାପତି ଭରତ ବାରିକ, ଉପସଭାପତି ଆର୍ତ୍ତବନ୍ଧୁ ବାରିକ, ସଦସ୍ୟ ମହେନ୍ଦ୍ର କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ସୁଶାନ୍ତ ବେହେରା, ରବିନ୍ଦ୍ର ବେହେରା, ବିରେନ୍ଦ୍ର ବାରିକ, ପଦ୍ମଲୋଚନ ବେହେରା, ବାପୁନ ଦୀକ୍ଷିତ, ସନ୍ତୋଷ ବେହେରା, ପ୍ରଦୀପ ଜେନା, ସତ୍ୟଜିତ୍ ବାରିକ, ଦୈତାରୀ ପଲେଇ, ଦିଗମ୍ବର ବାରିକ, ସଞ୍ଜୟ ବାରିକ, ସୁରେଶ ବାରିକ, ସୁଧାଂଶୁ ବାରିକ, ବିଶ୍ୱଜିତ୍ ବାରିକ, ରଶ୍ମିକାନ୍ତ ପଣ୍ଡା, ନିତ୍ୟାନନ୍ଦ ଯେନା, ଭାରତ ସେଠୀ, ମୁନା ଖୁଣ୍ଟିଆ, ସରୋଜ ବେହେରା, ସଞ୍ଜୀବ୍ ପରିଡା ପ୍ରମୁଖ ଆଦିବାସୀ ସାହିରେ ପହଞ୍ôଚ ଶୁଖିଲା ସାମଗ୍ରୀ ଓ ପନିପରିବା ଆଦି ବଣ୍ଟନ କରିଥିଲେ ।