ଚାରିମାସ ହେଲା ଭତ୍ତା ମିଳିନି ବଢୁଛି ଅସନ୍ତୋଷ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଭୋଦର ପଞ୍ଚାୟତର ହିତାଧିକାରୀ ମାନଙ୍କୁ ଦୀର୍ଘ ଚାରିମାସ ହେଲା ସାମାଜିକ ଭତ୍ତା ମିଳିନାହିଁ ।ଫଳରେ ବହୁ ଅସହାୟ ବୃଦ୍ଧ ,ବୃଦ୍ଧା, ବିଧବା ,ଭିନ୍ନକ୍ଷମ ବ୍ୟକ୍ତିମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ପକ୍ଷରୁ ପ୍ରତି ମାସ ୧୫ ତାରିଖରେ ପ୍ରତି ପଞ୍ଚାୟତ କାର୍ଯ୍ୟଳୟ ରେ ଭତ୍ତା ଦିଆଯିବ ବୋଲି ଘୋଷଣା କରାଯାଇଥିଲା ।ତାହା ମଧ୍ୟ ଠିକ ରେ ଚାଲୁଥିଲା ।ମାତ୍ର ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଭତ୍ତା ବଣ୍ଟନ ରେ ବହୁ ଅସୁବିଧା ଦେଖାଦେଇଛି । ଭତ୍ତା ଟଙ୍କା ସିଧାସଳଖ ହିତାଧିକାରୀ ଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ପଠାଯିବା ବ୍ୟବସ୍ଥା କରାଗଲା। କିନ୍ତୁ ହିତାଧିକାରୀ ମାନେ ବାରମ୍ବାର ପଞ୍ଚାୟତ ଅଫିସ ଓ ବ୍ୟାଙ୍କ ଦୌଡ଼ି ଦୌଡ଼ି ନିରାଶ ହୋଇ ଫେରୁଥିବା ଅଭିଯୋଗ ହେଉଛି ।ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଭତ୍ତା ଟଙ୍କା ଆସୁନାହିଁ ଫଳରେ ଭତ୍ତା ପାଉଥିବା ହିତାଧିକାରୀ ମାନେ ଭତ୍ତା ଟଙ୍କା ନ ପାଇଁ ଔଷଧ ଟିକିଏ କିଣି ପାରୁନଥିବା ଅଭିଯୋଗ ହେଉଛି ।କେତେକ ଔଷଧ କିଣି ପାରୁ ନଥିବାରୁ ରୋଗ ରେ ପଡି ଶଯ୍ୟାଶାୟୀ ହେଲେଣି । ଏ ସମ୍ପର୍କରେ ସ୍ଥାନୀୟ ସରପଂଚ ଙ୍କୁ ପଚାରିବାର ସେ କୁହନ୍ତି ଦେଖ ଆକାଉଣ୍ଟ କୁ ଟଙ୍କା ଆସିଥିବ ।ବ୍ୟାଙ୍କ ରେ ବାରମ୍ବାର ବହି ଚେକ୍ କଲେ ଟଙ୍କା ଆସିନଥିବା ଜଣାପଡୁଛି ।ତେଣୁ ବହୁ ବୃଦ୍ଧ ବୃଦ୍ଧା ବିଧବା ଅସହାୟ ମହିଳା ଭତ୍ତା ନ ପାଇ ଦୁଃଖରେ ଦିନ କାଟୁଛନ୍ତି । ପୁରୀ ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଭତ୍ତା ହିତାଧିକାରୀ ମାନେ ଦାବି କରିଛନ୍ତି ।