ଚାରି କୋଭିଡ୍ ଯୋଦ୍ଧାଙ୍କ ସମେତ ୮୪ ନୂଆ ସଂକ୍ରମିତ ଚିହ୍ନଟ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳରେ ସୋମବାର  ପୁଣି ୮୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇ ଜିଲ୍ଲାର ସଂକ୍ରମିତ ସଂଖ୍ୟା ୨୫୨୦ରେ ପହଞ୍ଚିଛି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୪ଜଣ କରୋନା ଯୋଦ୍ଧା ଅଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୪୬ ଜଣ ପୁରୁଷ ଏବଂ ୩୮ଜଣ ମହିଳା ଅଛନ୍ତି। ସର୍ବାଧିକ ଫୁଲବାଣୀରୁ ୩୧ ଜଣ ଚିହ୍ନଟ ହୋଇଥିବା ବେଳେ ଜି.ଉଦୟଗିରିରୁ ୪ , କ.ନୂଆଗାଁରୁ ୪, ଚକାପାଦରୁ ୪ , ଖଜୁରିପଡ଼ାରୁ ୨ , କୋଟଗଡ଼ରୁ ୮ , ଦାରିଙ୍ଗବାଡିରୁ ୬ , ତୁମୁଡ଼ିବନ୍ଧରୁ ୪  , ରାଇକିଆରୁ ଜଣେ , ବାଲିଗୁଡ଼ାରୁ ୧୦ ଜଣ ଓ ଫିରିଙ୍ଗିଆ ବ୍ଳକରୁ ୬ ଜଣ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ବାହାରୁ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣା ପଡିଛି । ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ସେଥି ମଧ୍ୟରୁ ୨୧୬୧ ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବା ବେଳେ ୧୩ଜଣଙ୍କର ମୃତ୍ୟୁ ହୋଇ ଯାଇଛି। ପୂର୍ବରୁ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଜଣେ ମୃତ୍ୟୁ ହୋଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମୃତ ବ୍ୟକ୍ତିଜଣକ ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ବୋଲି ଜଣାଯାଇଛି। ବାକି ୩୪୬ ଜଣ ବର୍ତମାନ ଚିକିତ୍ସିତ ହେଉଥିବା ଜିଲ୍ଲା  ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ