ଚାରି ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ନିର୍ବାଚନ ମଣ୍ଡଳୀ ପୋଲସରା ଓ ବୁଗୁଡା ଅଞ୍ଚଳର ଚାରି ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି। ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରି ଗୋଟି ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପ୍ରଥମେ ବୁଗୁଡା ବ୍ଳକ ଅନ୍ତର୍ଗତ ଖୋଳଖାଳି ପଞ୍ଚାୟତ ଅନ୍ତର୍ଗତ ଷୋହଳ ମଇଲି ଛକଠାରେ ବାଘୁଆ ବାମ ବିତରକ କେନାଲ ଓ ଗୋଲିଆ ପଞ୍ଚାୟତ କୁଶପଲ୍ଲୀ ଗ୍ରାମ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟର ୧୦୦ ଆସନ ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ, ଆଦର୍ଶ ବିଦ୍ୟାଳୟର ପ୍ରସ୍ତାବିତ ପରିବର୍ତ୍ତନ କାର୍ଯ୍ୟ ଓ ନୂତନ ପ୍ରାଚୀର ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେହିପରି ପୋଲସରା ବ୍ଳକ ଅନ୍ତର୍ଗତ ବେଲଗାଁ ପଞ୍ଚାୟତ ଅନ୍ତର୍ଗତ ଛଞ୍ଚାଣିଆପଲ୍ଲୀ ଛକଠାରେ କେନ୍ଦୁବାଡି ଠାରେ ୧୯.୯୮ କି.ମି ଠାରୁ ୨୧.୬୪୧କି.ମି ପର୍ଯ୍ୟନ୍ତ କେନାଲର ସିମେଣ୍ଟ କଂକ୍ରିଟ ଓ ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର କରିବା ସହ ପାଣ୍ଡିରିପଡା ପଞ୍ଚାୟତ କସିପଡା ଛକଠାରେ ନୂତନ ଯାତ୍ରୀ ବିଶ୍ରାମଗାରକୁ ଉଦଘାଟନ କରି କରିଥିଲେ। ଏଥିସହ ମନ୍ତ୍ରୀ ଶ୍ରୀ ସାହୁ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା ଏବଂ ଖୋଳଖାଳି, ଗୋଲିଆ, ବେଲଗାଁ ଓ ପାଣ୍ଡିରିପଡା ପଞ୍ଚାୟତରେ ଲୋକଙ୍କ ସମସ୍ୟା ବୁଝିଥିଲେ। ମନ୍ତ୍ରୀଙ୍କ ସହ ବୁଗୁଡା ବ୍ଳକ ଅଧ୍ଯକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ସରପଞ୍ଚ ଦୈତାରୀ ବେହେରା, ବୁଗୁଡା ନଗର ପାଳ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷଙ୍କ ପ୍ରତିନିଧି ସୁଧାଂଶୁ ଶେଖର ପାଢ଼ୀ, ପୂର୍ବତନ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ଉମାକାନ୍ତ ପାତ୍ର, କାର୍ତ୍ତିକ ସାହାଣୀ, ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ସାଂସଦ ପ୍ରତିନିଧି କବିରାଜ ଗୌଡ, ବାଘୁଆ ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାଳ, ସହକାରୀ ଯନ୍ତ୍ରୀ ବୈଜୟନ୍ତି ସାହୁ, ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅମେୟ କୁମାର ମିଶ୍ର , ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ଚୌଧୁରୀ, ପୋଲସରା ବ୍ଳକ ଅଧ୍ଯକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଜିଲ୍ଲା ପରିଷଦ ସଭ୍ୟ ଅଶୋକ ବିଷୋୟୀ, ଓ ବିକ୍ରମ ନାୟକ, ପୋଲସରା ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ସରପଞ୍ଚ ରଘୁନାଥ ଭୂୟାଙ୍କ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ