ଚାରି ପ୍ରମୁଖ ବଜାର ପାଇଁ କଲ୍ୟାଣ ଜୁଏଲର୍ସର ବ୍ରାଣ୍ଡ୍ ଆମ୍ବାସାଡର ନିଯୁକ୍ତ
ନୂଆଦିଲ୍ଲୀ, (ଏଜେନ୍ସି): ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଓ ଅଗ୍ରଣୀ ଗହଣା ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଦେଶର ଚାରିଟି ପ୍ରମୁଖ ବଜାର ପାଇଁ ଆଞ୍ଚଳିକ ବ୍ରାଣ୍ଡ୍ ଆମ୍ବାସାଡର ନିଯୁକ୍ତ କରାଯାଇଛି । ମହାରାଷ୍ଟ୍ର ପାଇଁ ପୂଜା ସାୱନ୍ତ, ଗୁଜୁରାଟ ପାଇଁ କିଞ୍ଜଲ ରାଜପ୍ରିୟା, ପଞ୍ଜାବ ପାଇଁ ୱାମିକା ଗାବି ଏବଂ ପଶ୍ଚିମ ବଙ୍ଗ ପାଇଁ ରୀତାଭରି ଚକ୍ରବର୍ତୀଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି । ଏହି ଆଞ୍ଚଳିକ ସେଲିବ୍ରିଟିମାନଙ୍କ ମାଧ୍ୟମରେ କମ୍ପାନୀ ଏହି ରାଜ୍ୟରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି । କଲ୍ୟାଣ ଜୁଏଲର୍ସ ଆଞ୍ଚଳିକ କ୍ଷେତ୍ରରେ ଅଧିକ ପ୍ରବେଶ କରି ଏହାର ଉତ୍ପାଦ, ସେବା ଏବଂ ଯୋଗାଯୋଗରେ ଆଞ୍ଚଳିକ ପ୍ରଭାବକୁ ବିସ୍ତାର ବରିକାକୁ ଚାହୁଁଛି । ଏହା ଜରିଆରେ କମ୍ପାନୀ ନିଜର ପରିଚୟ ଉପସ୍ଥିତି ବଢ଼ାଇବାକୁ ଲକ୍ଷ୍ୟ ରଖିଛି । ନୂଆ କରି ନିଯୁକ୍ତ ହୋଇଥିବା ବ୍ରାଣ୍ଡ୍ ଆମ୍ବାସାଡର ନିଜ ବଜାରରେ କଲ୍ୟାଣର ପ୍ରଚାର କରିବେ ଏବଂ ବିଭିନ୍ନ ଗ୍ରାହକ କୈନ୍ଦ୍ରୀକ କାର୍ଯ୍ୟକ୍ରମର ଅଂଶ ହେବେ । ଏହି ସବୁ ବଜାରରେ ଦ୍ରୁତ ଗତିରେ ସମ୍ପ୍ରସାରଣ ପାଇଁ ଆଞ୍ଚଳିକ ବ୍ରାଣ୍ଡ୍ ଆମ୍ବାସାଡରମାନେ କମ୍ପାନୀର ବଜାର କୈନ୍ଦ୍ରୀକ ଯୋଗାଯୋଗ, ଷ୍ଟୋର ଉନ୍ମୋଚନ ଏବଂ ଅତି-ଆଞ୍ଚଳିକ ମୁହୁରତ ବ୍ରାଇଡାଲ୍ ଗହଣାରେ ଅଧିକ ମୂଲ୍ୟ ଯୋଗ କରିବେ । ଦକ୍ଷିଣ ଭାରତ ପାଇଁ ମଧ୍ୟ କମ୍ପାନୀ ସମାନ ରଣନୀତି ଆପଣାଇଛି । ଆନ୍ଧ୍ର/ତେଲେଙ୍ଗାନା ପାଇଁ ନାଗାର୍ଜୁନ, ତାମିଲନାଡୁ ପାଇଁ ପ୍ରଭୁ, କର୍ଣ୍ଣାଟକ ପାଇଁ ଶିବରାଜ କୁମାର ଏବଂ କେରଳ ପାଇଁ ମଞ୍ଜୁ ୱାରିୟରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅମିତାଭ ବଚ୍ଚନ, ଜୟା ବଚ୍ଚନ ଏବଂ କ୍ୟାଟ୍ରିନା କୈଫ୍ଙ୍କୁ ପ୍ରଚାରକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । କଲ୍ୟାଣ ଜୁଏଲର୍ସ ଭାରତର ଏକ ଅଗ୍ରଣୀ ଗହଣା ପ୍ରତିଷ୍ଠାନ ଭାବେ ଉଭା ହୋଇଥିବା ବେଳେ ଏହା ୟୁଏଇ, କୁଏତ୍, କତାର ଏବଂ ଓମାନରେ ମଧ୍ୟ ରହିଛି । କମ୍ପାନୀର ଏବେ ୧୩୭ଟି ବଡ଼ ସୋ’ରୁମ୍ ଏବଂ ୬୫୦ ମାଇଁ କଲ୍ୟାଣ କଷ୍ଟମର ସର୍ଭିସ୍ ନେଟ୍ୱର୍କ ରହିଛି ।