ଚାରି ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

ବୁଗୁଡା (ଅନିଲ ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ ୪ ଟି ବିଦ୍ୟାଳୟ, କହ୍ନେଇପୁର ପ୍ରାଥମିକ ବିଦ୍ୟାଳୟ, ଭାବସର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କରଚୁଲି ଗୁଡିସାହି ପ୍ରାଥମିକ ବିଦ୍ୟାଳୟ ଓ କରଚୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାର୍ଚ୍ଚ ୨୭ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଚାରି ଗୋଟି ବିଦ୍ୟାଳୟରେ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ସିଆରସିସି ପ୍ରଫୁଲ କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। କହ୍ନେଇପୁର ସ୍କୁଲରେ ପ୍ରଧାନ ଶିକ୍ଷକ ଖଲି ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମେଳାରେ ଅତିଥି ଭାବେ ଏସଏମସି ସଭାପତି ସିଦ୍ଧାର୍ଥ ପ୍ରଧାନ ଯୋଗଦେଇଥିଲେ। ୩୯ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ ହୋଇଥିଲା। ଶିକ୍ଷୟିତ୍ରୀ ସ୍ୱର୍ଣ୍ଣମୟୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଭାବସର ସ୍କୁଲରେ ପ୍ରଧାନଶିକ୍ଷକ ପାର୍ଥ ସାରଥୀ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଏସଏମସି ସଭାପତି ନିରଞ୍ଜନ ଆଲଟିଆ ଅତିଥି ଭାବେ ଯୋଗ ଦେଇଥିଲେ। ୯୮ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା। ସେହିପରି କରଚୁଲି ଗୁଡିସାହି ସ୍କୁଲରେ ପ୍ରଧାନ ଶିକ୍ଷକ ଜନାର୍ଦ୍ଦନ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ଏସଏମସି ସଭାପତି ସନ୍ତୋଷ କୁମାର ବେହେରା ଯୋଗ ଦେଇଥିଲେ। ୬୫ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ ହୋଇଥିଲା। କରଚୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଏସଏମସି ସଭାପତି ନବୀନ ଗୌଡ଼ ଅତିଥି ଭାବେ ଯୋଗ ଦେଇଥିଲେ। ୧୭୮ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ ହୋଇଥିଲେ। ଶିକ୍ଷୟିତ୍ରୀ ସୁଧାଂଶୁବାଳା ମିଶ୍ର ଓ ସୁଜ୍ଞାନୀ ପଟ୍ଟନାୟକ ଏବଂ ଶିକ୍ଷକ ନିରଞ୍ଜନ ଗୌଡ଼ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ