ଚାଲିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ତ୍ରିସ୍ତରୀୟ ନିର୍ବାଚନ ପାଇଁ ୧୭ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଜିଲ୍ଲାର ମୋଟ ୧୪ ଟି ଜିଲ୍ଲା ପରିଷଦ ସଦସ୍ୟ ପଦ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥସହ ୧୪୯ ପଞ୍ଚାୟତର ସରପଞ୍ଚ ଓ 1865 ଓ୍ବାର୍ଡ ସଭ୍ୟ ପଦ ପାଇଁ ପ୍ରତି ପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଦୃତୀୟ ଦିନରେ ଶେଷ ହୋଇଛି । ସେହିଭଳି ୧୪୯ ସମିତି ସଭ୍ୟ ପଦ ପାଇଁ ବ୍ଲକ କାର୍ଯ୍ୟାଳୟରେ ନାମାଙ୍କନ ଆରମ୍ଭ ହୋଇଛି। ଦ୍ବିତୀୟ ଦିନ ସୁଦ୍ଧା ମୋଟ ୩୫୪ଟି ଓ୍ବାର୍ଡ, ସମିତି ୮୪ ଓ ସରପଞ୍ଚ ପ୍ରଦବି ପାଇଁ ୧୧୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେବେ ଦ୍ବିତୀୟ ଦିନ ସୁଦ୍ଧା କୈାଣସି ଜିଲ୍ଲାପରିଷଦ ପଦବୀ ପାଇଁ ମନୋନୟନ ପତ୍ର ଦାଖଲ ହୋଇନଥିବା ଜଣାପଡିଛି। ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ଜଳୀୟ ଚିହ୍ନରେ ନିର୍ବାଚନ ହେଉଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳ ଯଥା ବିଜେଡ଼ି, କଂଗ୍ରେସ ଓ ବିଜେପି ପକ୍ଷରୁ ଦଳର ପ୍ରାର୍ଥୀ ଚୟନ ଏକ ପ୍ରକାର ଚୁଡାନ୍ତ ହୋଇନଥିବା ଜଣାପଡିଛି। ତେବେ ଆସନ୍ତା କାଲି ସୁଦ୍ଧା ସମସ୍ତ ଦଳର ପ୍ରାର୍ଥୀ ଚୟନ ଚୁଡାନ୍ତ ତାଲିକା ପ୍ରକାଶିତ ହେବା ଆଶା କରାଯାଉଛି। ତେବେ ପ୍ରାର୍ଥୀଙ୍କ ମନୋନୟନ ପତ୍ର ଦାଖଲ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଚିତ୍ର ସ୍ପଷ୍ଟ ହେବ ବୋଲି ଜଣାପଡିଛି। ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ମୋଟ ୫ ଲକ୍ଷ ୧୯ ହଜାର ୯୯୯ ଜଣ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ ।