ଚାଷଜମିକୁ ଗୋରୁ ଛାଡିବା ନେଇ ଫାଣ୍ଡିରେ ଅଭିଯୋଗ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ନାଆମୀ ଗ୍ରାମର ଚାଷଜମିକୁ ଗୋରୁ ଛାଡିବାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିବା ଜଣାପଡିଛି। ଏନେଇ ମଞ୍ଜୁରୀରୋଡ଼ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ଦିଆଯାଇଛି। ପ୍ରାପ୍ତ ଅଭିଯୋଗ ଅନୁଯାୟୀ ଗ୍ରାମର କ୍ଷୀରୋଦ ଜେନା ନିକଟ ଚାଷ ଜମିକୁ ବାରମ୍ବାର ଗାଈ ଗୋରୁ ଛାଡୁଥିବାରୁ ଚାଷୀ ମାନେ ଏହାକୁ ଘୋର ବିରୋଧ କରିଥିଲେ। ହେଲେ ଚାଷୀଙ୍କର କଥାକୁ ବ୍ୟକ୍ତି ଜଣକ ଶୁଣୁନଥିବାରୁ ଏନେଇ ସ୍ଥାନୀୟ ଫାଣ୍ଡିରେ ଜଣାଯାଇଥିଲା। ଏହାସତ୍ତ୍ୱେ ଆଜି ଚାଷ ଜମିରେ ଗାଈଗୋରୁ ଚାରଣ କରୁଥିବା ବେଳେ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ସମସ୍ତ ଗୋରୁକୁ ଗୋଡ଼ାଇ ଆଣି ମଠ ଦାଣ୍ଡରେ ବାନ୍ଧିଥିଲେ। ଏହି ସମୟରେ ଗୋରୁ ଛାଡିଥିବା କ୍ଷୀରୋଦ ଜେନା ସେଠାରେ ପହଞ୍ଚି ଚାଷୀ ବାବାଜୀ ଚରଣ ସେଠୀଙ୍କୁ ଗାଳିଗୁଲଜ କରିଥିବାବେଳେ ଜାତିଆଣ ଆକ୍ଷେପ ସହିତ ତାଙ୍କୁ ମାରଧର କରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି। ଏନେଇ ଆଜି ଫାଣ୍ଡି ପକ୍ଷରୁ ଅନୁସନ୍ଧାନ ଜାରି ରହିଛି।


