ପାଚେରୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ଥର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ତହସିଲ ପାଚେରୀ ନିର୍ମାଣ ପାଇଁ ଆଜି ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଛି। ତହସିଲଦାର ସରୋଜକାନ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବିଧାୟକଙ୍କ ପ୍ରତିନିଧି ଇଂ. ପ୍ରୟାସ କାନ୍ତି ସାମଲ ଯୋଗଦେଇ ପାଚେରୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ଥର କରିଥିଲେ। ପ୍ରାୟ ୧୫ଲକ୍ଷ ଟଙ୍କା ବ୍ୟୟରେ ସରକାରୀ ଜାଗା ସୁରକ୍ଷା ଯୋଜନାରେ ଉକ୍ତ ପାଚେରୀ ନିର୍ମାଣ ହେଉଥିବା ଜଣାଯାଇଛି।ଆୟୋଜିତ ଭିତ୍ତିପ୍ରସ୍ଥର ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଭଣ୍ଡାରିପୋଖରୀ ବିଡିଓ ଦେବଦତ୍ତ ଦାସ, ବନ୍ତ ବିଡ଼ିଓ ପ୍ରଦୀପ ସେଠୀ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ଯୁବନେତା ବିପିନ ନାୟକ, ଲଳିତ ରାଉତ, ସତ୍ୟସାଧନ ବେଜ, ଦେବେନ୍ଦ୍ର ଦାସ, ଅଶୋକ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ