ଚାଷୀଙ୍କୁ ଅଖା, ଧାନ ପରିବହନ ଓ ସୁତୁଲୀ ଖର୍ଚ୍ଚ ମିଳୁ ନଥିବା ଅଭିଯୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ବର୍ତ୍ତମାନ ଖରିଫ ଋତୁରେ ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନ କ୍ରୟ କରିବା ସକାଶେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ର ନିଷ୍ପତ୍ତି କ୍ରମେ ଚାଷି ସମବାୟ ସମିତି ରେ ପହଞ୍ଚାଇ ବା ପରେ ଚାଷୀଙ୍କ ଧାନ ସମବାୟ ସମିତି ଓ ସ୍ୱୟଂ ସହାୟକ ଗୋଷ୍ଠୀ କ୍ରୟ କରି ମିଲ ସେମାନଙ୍କ ଜରିଆରେ ଧାନ କ୍ରୟ କରି ବାର ବ୍ୟବସ୍ଥା ରହିଛି କିନ୍ତୁ ବାସ୍ତବ ଚିତ୍ର ଦେଖିବାକୁ ଗଲେ ସମବାୟ ସମିତି ଚାଷୀଙ୍କୁ ଟୋକେନ୍ ଓ ଧାନ ସ୍ରମ୍ପୂଲ ନେଇ ମିଲର ନିକଟକୁ ଚାଷୀଙ୍କୁ ପଠାଉଛନ୍ତି। ମିଲର ଚାଷୀଙ୍କ ଧାନ ଦେଖି ଶୁଖିଲା ନାହିଁ କଞ୍ଚା କହି ବସ୍ତା ପିଛା ୨କେଜି କାଟିବା ସହ ଅଖା, ସୁତୁଲୀ ଓ ପରିବହନ ଖର୍ଚ୍ଚ ଦେଉ ନଥିବା ଅଭିଯୋଗ ହେଉଛି।ଏଥି ପ୍ରତି ତୁରନ୍ତ ପଦକ୍ଷେପ ନେଲେ ଚାଷି କୁଳ ଉପକୃ ହୋଇ ପାରିବେ। ପ୍ରକାଶ ଥାଉକୁ ଅଧିକ ଜମି ଥିବା ଚାଷୀଙ୍କୁ କମ ଟୋକନ ଆସିଥିବାର ଅଭିଯୋଗ ହେଉଛି ଏହାର ତୁରନ୍ତ ସମାଧାନ ସକାଶେ ଚାଷୀଙ୍କ ଠାରୁ ଦାବୀ ହେଉଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ