ଚାଷୀଙ୍କୁ ଉଚିତ ମୂଲ୍ୟରେ ସାର ଯୋଗାଇଲେ କଂଗ୍ରେସ

ବୁଗୁଡା ,( ଅନିଲ କୁମାର ମହାରଣା ): ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଶୁକ୍ରବାର ଦିନ ଗଞ୍ଜାମ ଜିଲାପାଳ, ବୁଗୁଡା ବିଡ଼ିଓ ଓ ବୁଗୁଡା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରି ଚାଷୀମାନଙ୍କୁ ଉଚିତ ମୂଲ୍ୟରେ ଆବଶ୍ୟକ ପରିମାଣ ରାସାୟନିକ ସାର ଯୋଗାଇ ଦେବାକୁ ଦାବି ଜଣାଇଛନ୍ତି । ବର୍ତ୍ତମାନ ଧାନ ଫସଲ ପାଇଁ ଆବଶ୍ୟକ ପରିମାଣର ସାର ଆସୁନଥିବା ବେଳେ ଯେତେକ ଆସୁଛି ତାହାକୁ କଳାବଜାରୀ କରି ଚଢାମୂଲ୍ୟରେ ବିକ୍ରି ହେଉଛି । ଏପରିକି ସମବାୟ ସମିତି ୟୁରିଆ ସାର ନେବାବେଳେ ୧୩୦୦/- ଟଙ୍କା ଦେଇ ଗ୍ରୋମର ସାର ନେବାକୁ ଚାଷୀଙ୍କୁ ବାଧ୍ୟ କରୁଛନ୍ତି । ଏହିପରି ଆବଶ୍ୟକ ସାର ସହ ଅନ୍ୟ ସାର ନେବାକୁ ବାଧ୍ୟ ନକରିବା ସହ ସେବା ସମବାୟ ସମିତି ଜରୀଆରେ ତୁରନ୍ତ ୟୁରିଆ ସାର ଯୋଗାଇ ଧାର୍ଯ୍ୟ ଦରରେ ପ୍ରଦାନ କରିବାକୁ ମଧ୍ୟ ଦାବି କରାଯାଇଛି । ଏହି ସବୁ ଦାବି ନେଇ ଆଜି ବୁଗୁଡା ବ୍ଳକ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଜିଲ୍ଲା କମିଟି ସଂପାଦକ ଜାନକୀ ବଲ୍ଲଭ ରାଉତଙ୍କ ନେତୃତ୍ବରେ ମାନସ ରଞ୍ଜନ ଦାଶ,ସୁବ୍ରତ କୁମାର ପଟ୍ଟନାୟକ,ଶଙ୍କର ବେହେରା,ସୀମାଞ୍ଚଳ ନାୟକ,ସୁଜିତ କୁମାର ସ୍ବାଇଁ ଏବଂ ସଚ୍ଚିଦାନନ୍ଦ ସାହୁ ପ୍ରମୁଖ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର ଏବଂ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କୁ ଦାବି ପତ୍ର ପ୍ରଦାନ କରି ଚାଷୀମାନଙ୍କୁ ସୁବିଧା ଦରରେ ସାର ଯୋଗାଇ ଦେବାସହ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ