ଚାଷୀଙ୍କୁ କ୍ଷତିପୂରଣ ଓ ୨ ଶହ ଦିନର ନିଶ୍ଚିତ କାମ ଦେବା ଦାବିରେ ରଇତ କୁଲି ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରଇତ କୁଲି ସଙ୍ଘ ପକ୍ଷରୁ ସ୍ଥାନୀୟ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଅଦିନିଆ ଲଗାଣ ବର୍ଷା ଯୋଗୁ ଫସଲହାନୀର ସମ୍ମୁଖୀନ ହୋଇଥିବା ଚାଷୀ ଓ ଭାଗଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଓ ଅନ୍ୟ ଆନୁସଙ୍ଗିକ ସହାୟତା ଯୋଗାଇ ଦେବା ଦାବି କରାଯାଇ ଦାବିପତ୍ର ପ୍ରଦାନ କରାଯାଇଛି. ଏହାଛଡା କାଶୀନଗରରେ ଶୀଘ୍ର ମଣ୍ଡି ଖୋଲିବା ସହ ରଙ୍ଗ ଓ ଗୁଣବତ୍ତା ଉପରେ ଗୁରୁତ୍ବ ନଦେଇ ସମସ୍ତ ପ୍ରକାରର ଧାନ କିଣିବା ସହ ଚାଷୀଙ୍କ ଋଣଛାଡ଼ କରିବା, ଭାଗଚାଷୀଙ୍କୁ ଅନଲାଇନ ସୁବିଧା ଦେବା ଉଭୟ ଚାଷୀ ଓ ଭାଗଚାଷୀଙ୍କ ସକାଶେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ୨୦୦ ଦିନର କାମ ବ୍ୟବସ୍ଥା କରିବା ଓ କାଶୀନଗର ସହର । ଓ କାଶୀନଗର ପଂଚାୟତ ସମିତି ଅନ୍ତର୍ଗତ ସବୁ ଗ୍ରାମରେ ଗୋଦାମ ଖୋଲିବା ଦାବି ମଧ୍ୟ ଉପସ୍ଥାପିତ କରାଯାଇଛି.