ଚାଷୀଙ୍କୁ ତୈଳ କମ୍ପାନୀ (ଆଇ.ଓ.ସି.ଏଲ) କର୍ମଚାରୀଙ୍କ ଧମକ
ଶେରଗଡ଼, (ବିଭୁ ପ୍ରସାଦ ଦାସ):ଭାରତୀୟ ତୈଳ ନିଗମ ଦ୍ଵାରା ନରେନ୍ଦ୍ରପୁର ଗ୍ରାମରେ ଗ୍ୟାସ ପାଇପ ଲାଇନ ବିଛା ଯାଇଛି। ଏହି ପାଇପ ଲାଇନ ବିଭିନ୍ନ ଲୋକଙ୍କ ଜମି ଦେଇ ଯାଇଛି ।ଜମି ଉପରେ ତୈଳ ପାଇପ ଲାଇନ ନେବା ପୂର୍ବରୁ କେତେ ପରିମାଣର ଜମି ଯିବ ଏବଂ ତତ୍ ସମ୍ବନ୍ଧୀୟ ସର୍ତ୍ତ ଜାରି କରି ଉକ୍ତ ଜମି ଉପରେ ବଡ ଧରଣର ଗଛ ନ ଲଗାଇବା, ଗୃହ ନିର୍ମାଣ ନ କରିବା,ବୋର ୱେଲ ଓ କୂପ ନିର୍ମାଣ ନକରିବା କହି କ୍ଷତି ପୂରଣ ରାଶି ପ୍ରଦାନ କରିବା ନିମନ୍ତେ ସୂଚନା ପତ୍ର ଜରିଆରେ ଜମି ମାଲିକ ମାନଙ୍କୁ ଜଣାଇଥିଲେ ।ପରବର୍ତ୍ତୀ ସମୟରେ କିସ୍ତି ଆକାରରେ କ୍ଷତି ପୂରଣ ବ୍ୟାଙ୍କ ଚେକ୍ ଜରିଆରେ ତୈଳ ନିଗମ ପକ୍ଷରୁ ତୈଳ ନିଗମ କର୍ମଚାରୀମାନଙ୍କ ଜରିଆରେ ପ୍ରଦାନ କରାଯାଇଥିଲା ।ତେବେ କିଛି ଦିନ ପରେ ଏହି ତୈଳ ନିଗମ ର କିଛି ଅସାଧୁ କର୍ମଚାରୀ କ୍ଷତିଗ୍ରସ୍ତଙ୍କୁ ମୋବାଇଲ ନମ୍ବର ୯୪୮୮୬୫୭୭୨ ଏବଂ ୭୯୭୮୬୬୭୮୨୪ ଜରିଆରେ ଫୋନ କରି ଅର୍ଥ ରାଶି ଭୁଲରେ ଅଧିକ ପଠାଯାଇଛି କହି ନଗଦ ଆକାରରେ ପ୍ରଦାନ କରନ୍ତୁ ବୋଲି କହୁଛନ୍ତି ଯଦି ଟଙ୍କା ପ୍ରଦାନ ନକରନ୍ତି ତେବେ ଜେଲରେ ପୁରାଇ ଦେବୁ ବୋଲି ଧମକ ଦେଉଛନ୍ତି ।ନିଗମ ପକ୍ଷରୁ ଟଙ୍କା ଫେରସ୍ତ ପାଇଁ କୌଣସି ଚିଠି ଆସି ନଥିବାରୁ ଲୋକେ ଟଙ୍କା ଫେରେଇ ବାକୁ ମନା କରିବାରୁ କ୍ଷତିପୂରଣ ପାଇଥିବା ଚାଷୀ ଙ୍କୁ ଜେଲ ପଠେଇ ଦେବାକୁ ଧମକ ଚମକ ଦେଇ ଗାଳି ଗୁଳଜ କରିବା ସହ ନଗଦ ଆକାରରେ ଅର୍ଥ ରାଶି ପ୍ରଦାନ ନ କଲେ ପରିସ୍ଥିତି ଭୟଙ୍କ ର ହେବ ବୋଲି ଚେତାବନୀ ଦେଇଛନ୍ତି। ବିଗତ ଦିନ ରେ ନରେନ୍ଦ୍ରପୁର ର ମଙ୍ଗଳା ଗୌଡ଼ ଙ୍କ ଠାରୁ ଏକ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ନେଇଛନ୍ତି ବୋଲି ଅଭିଯୋଗ ହୋଉଛି ଏହି ଅସାଧୁ କର୍ମଚାରି ମାନେ ଗଞ୍ଜାମ ଜିଲ୍ଲା ର ଅନ୍ୟ ଅଞ୍ଚଳ ରେ ଜମି ମାଲିକଙ୍କ ଠାରୁ ଏପରି ଅର୍ଥ ନେଇ ଥିବା କହି ଜମି ହରାଇ ଥିବା ଚାଷୀ ଙ୍କୁ ଏହି ବ୍ୟକ୍ତି ମାନେ ବାରମ୍ବାର ଫୋନ କରି ଧମକ ଚମକ ଦେଉଥିବା ନେଇ ଶେରଗଡ଼ ତହସିଲଦାର ଙ୍କୁ ଅଭିଯୋଗ ଜଣାଇ ଥିବା ସୂଚନା ମିଳିଛି