ଚାଷୀଙ୍କ ଉପରେ ଦାଉ ସାଧୁଛି ପ୍ରକୃତ୍ତି
ହାଟଡିହି, (ବିକାଶ ବିଶ୍ୱାଳ ) : ଚାଷୀଙ୍କ ଧାନ ଅମଳ ସମୟରେ ପ୍ୟକୃତ୍ତି ଦାଉ ସାଧୁଛି । ଗତ ବାତ୍ୟା ଯୋଗୁଁ ଚାଷୀମାନେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହୋଇଥିବାବେଳେ ବାତ୍ୟା ପରେବି ଆଜି ପର୍ଯ୍ୟନ୍ତ ବର୍ଷାର ପ୍ରଭାବ କମୁନାହିଁ । ବାତ୍ୟାରେ ପାଣିରେ ବୁଡିଥିବା ଧାନ ଜମି ଗୁଡିକ ପାଣି କମିବାକୁ ଲାଗିଥିବାବେଳେ ଆଜି ଦିନ ତମାମ ଲଗାଣ ବର୍ଷା ଯୋଗୁଁ ପୁଣି ଚାଷ ଜମି ଗୁଡିକ ପାଣିରେ ଭରପୁର ହୋଇଯାଇଛି । କଟା ହୋଇଥିବା ଧାନକୁ ଅମଳ କରି ଘରକୁ ଆଣିବାରେ ପୁଣି ପ୍ରତିବନ୍ଧକ ସାଜିଛି ବର୍ଷା । ଖଳାରେ ପାଣି ତ ବିଲରେ ପାଣି । ଫଳରେ ଚାଷୀମାନେ ବାଧ୍ୟ ହୋଇ ରାସ୍ତା ଉପରେ ଆଣି ଧାନ ଗୁଡିକୁ କୁଢ଼ କରୁଥିବା ଦେଖିବାକୁ ମିଳିଛି ।


