ଚାଷୀଙ୍କ ଧାନ ଉଠାଇବା ନେଇ ସେବା ସମବାୟ ସମିତି ଚାଷୀଙ୍କ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) :-ମିଲର ମାନେ ଧାନ ଉଠାଉନଥିବା ଅଭିଯୋଗ କରିଛନ୍ତିି ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରିପଲ୍ଲୀ ପଂଚଚାୟତରେ ଥିବା ଲଣ୍ଡାବାଉଁଶ ସେବା ସମବାୟ ସମିତି ର ଚାଷୀ ମାନେ । ଏନେଇ ସୋମବାର ଲଣ୍ଡାବାଉଁଶ ସେବା ସମବାୟ ସମିତିର ଚାଷୀ ମାନେ ଛତ୍ରପୁର ସ୍ଥିତ ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଧାନ କିଣିବା ପାଇଁ ଦୁଇଟି ମିଲରଙ୍କୁ ଦାୟିତ୍ୱ ଦିଆଯାଇଛି । ହେଲେ ସେମାନେ ଗତ ଦୁଇଦିନ ହେଲା ଧାନ କିଣୁନଥିବା ନେଇ ସେମାନେ ଏହି ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି । ଲଣ୍ଡାବାଉଁଶ ସେବା ସମବାୟ ସମିତିରେ ୩୯ ଜଣ ଚାଷୀଙ୍କ ଧାନ କ୍ରୟ କରାଯାଇଥିବା ବେଳେ ଆହୁରି ୯୭ ଜଣଙ୍କ ଧାନ ଏ ପର୍ଯ୍ୟନ୍ତ କ୍ରୟ କରାଯାଇନାହିଁ । ଫଳରେ ଚାଷୀ ମାନଙ୍କ ଟୋକେନ ରଦ୍ଦ ହେବାର ଆଶଙ୍କା ରହିଛି । ଏଣୁ ଚାଷିମାନଙ୍କର ଉକ୍ତ ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ ସେମାନେ ଏହି ଦାବିପତ୍ର ମାଧ୍ୟମରେ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ସିପିଆଇ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ, ପୂର୍ବତନ ସମିତିସଭ୍ୟ ମଥୁରା ଚରଣ ସୁବୁଦ୍ଧି, ଚାଷୀ ହରିଶ୍ଚନ୍ଦ୍ର ରାଉଳ, ଭୀମସେନ ମୁଦୁଲି, ଗଣପତି ପଢିଆରୀ, ଧର୍ମ ମୁଦୁଲି, ଧୋବା ରାଉଳ, ଦଣ୍ଡପାଣି ବେହେରା, ଚନ୍ଦ୍ର ପ୍ରଧାନ, କନ୍ଧ ପ୍ରଧାନଙ୍କ ସମେତ ବହୁ ଚାଷି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ