ଚାଷୀଙ୍କ ପାଇଁ ଧାନମଣ୍ଡି ଉଦଘାଟିତ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ବାହାରଣା ପଞ୍ଚାୟତ ର ଚାଷୀ ମାନଙ୍କ ସୁବିଧାପାଇଁ ଏଠାରେ ଏକ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ସୁରକ୍ଷା ୨୮ ମିଶନ ଶକ୍ତି କୁ ଚାଷୀ ଙ୍କ ଠାରୁ ଧାନ କ୍ରୟ କରିବାକୁ ଦାଇତ୍ୱ ପ୍ରଦାନ କରାଯାଇଛି ବୋଲି ସଂମ୍ପାଦକ ସଂଘମିତ୍ରା ବାରିକ ସୂଚନା ଦେଇଛନ୍ତି। ପୁରୀ ଜିଲ୍ଲା ୨୧ ନଂ ଜିଲାପରିଷଦ ସଭ୍ୟା ସସ୍ମିତା ନାୟକ ଏହି ଧାନ ମଣ୍ଡି କୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସମ୍ନାନିତ ଅତିଥି ଭାବେ ବାହାରଣା ପଞ୍ଚାୟତ ସରପଞ୍ଚ ଅମିତା ସ୍ୱାଇଁ ଯୋଗଦେଇଥିଲେ । ଚଳିତବର୍ଷ ଖରିପ ଧାନ ସଂଗ୍ରହ କରିବା ପାଇଁ ସୁରକ୍ଷା ୨୮ ରେ ବାହାରଣା ପଞ୍ଚାୟତରୁ ୪୪୪ ଜଣ ଚାଷୀ ଅନଲାଇନ କରିଥିବା ବେଳେ ପ୍ରଶାସନ ପକ୍ଷରୁ ଦଶ ହଜାର କୁଇଣ୍ଟାଲ ଖରିପ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଏହି ଧାନ ସଂଗ୍ରହ କାର୍ଯ୍ୟକ୍ରମ ରେ ସେବା ସମବାୟ ସମିତି ର ଉପ ସଭାପତି ସୁକାନ୍ତ ସ୍ଵାଇଁ ,ମଣ୍ଡି କମିଟିର ସଭ୍ୟ ଗଗନ ବିହାରୀ ସାହୁ ,ସର୍ବେଶ୍ୱର ରଥ ,ଜମ୍ବେଶ୍ୱର ନାୟକ, ବାହାରଣା ପଞ୍ଚାୟତ ମିଶନ ଶକ୍ତି ର ପଞ୍ଚାୟତ ଏ ମ ବି କେ ଶାନ୍ତିଲତା ସ୍ଵାଇଁ ,ସି ଆର ପି କଳ୍ପନା ରାଉତ ,ମନରମା ରାଉତ ,ସଞ୍ଜୁଲତା ନାୟକ ଡାଟା ଅପରେଟର ମାନସୀ ବେହେରା ସହିତ ସୁରକ୍ଷା ୨୮ ର ସଭ୍ୟା ହୁଲାସ ମଞ୍ଜରୀ ମହାନ୍ତି , ସରୋଜିନୀ ସାହୁ ,ବାସନ୍ତୀ ପ୍ରଧାନ , ଆରତୀ ଦଳାଇ ,ଶିଶିରା ଜେନା, ରୋଜାଲିନୀ ସ୍ୱାଇଁ ,ରୋଜାଲୀନ ରାଉତ ,ଜୋସ୍ନାରାଣୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଧାନ ସଂଗ୍ରହ କାର୍ଯ୍ୟକ୍ରମ ରେ ସାହାଯ୍ୟ ସହଯୋଗ କରୁଛନ୍ତି । ସୁରକ୍ଷା ୨୮ ପକ୍ଷରୁ ଚଳିତ ବର୍ଷ ଧାନ କିଣା ଆରମ୍ଭ ହୋଇଥିବାରୁ ପଞ୍ଚାୟତ ର ଚାଷୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ