ଚାଷୀଙ୍କ ସମସ୍ୟା ନେଇ ଅଖିଳ ଭାରତ କୃଷକ ସଭା ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଅଖିଳ ଭାରତ କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ବେଷାମରିକ ଖାଦ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବେଷାମରିକ ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଭାରତବର୍ଷର ପ୍ରଥମ କୃଷକ ସଂଗଠନ ଭାବେ ଅଖିଳ ଭାରତ କୃଷକ ସଭା(ଏ.ଆଇ.କେ.ଏସ.) ୧୯୩୬ ମସିହା ସେପ୍ଟେମ୍ବରମାସ ୧ତାରିଖରେ ଗଠିତ ହୋଇ କୃଷି ଓ କୃଷକର ବିକାଶ ପାଇଁ ଲଢାଇ କରିଚାଲିଛି । “ଲଙ୍ଗଳ ଯା’ର ଜମି ତା’ର” ଦାବିରେ ଅଶି ଦଶକରେ ଦେଶବ୍ୟାପି ଅନେକ ଲଢାଇ କରି ଚାଷୀମାନଙ୍କୁ ଜମିର ମାଲିକାନା ପ୍ରଦାନ କରିଛି । କିନ୍ତୁ ସ୍ୱାଧୀନତାର ୭୫ବର୍ଷରେ ଦେଶ ‘ଅମୃତ ମହୋତ୍ସବ’ ପାଳନ କରୁଥିବା ବେଳେ ଜୟ ଯବାନ ଜୟ କିଷାନ ସ୍ଳୋଗାନ ଆମେ ଦେଉଛେ ମାତ୍ର କିଷାନର ଜୟ ହୋଇନାହିଁ ବୋଲି କୃଷକ ସଭା କହିଛି । କେନ୍ଦ୍ରାପଡା ଜିଲ୍ଲାରେ ସରକାରୀ ଉଦ୍ୟମରେ ଗୋଟିଏ ବି ଶୀତଳ ଭଣ୍ଡାର ନଥିବାରୁ ଚାଷୀମାନେ ଉତ୍ପନ୍ନ କରୁଥିବା ପନି ପରିବାକୁ ଅତି ଶସ୍ତାରେ ଶାଗମାଛ ଦରରେ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି । ଟୋକନ ବାରମ୍ବାର ବାଉତିଲ ହେଉଥିବାରୁ ଚଳିତ ବର୍ଷ ପ୍ରକୃତ ଧାନଚାଷୀମାନେ ସେମାନଙ୍କ ଧାନ ବିକ୍ରୀ କରି ପାରିଲେ ନାହିଁ । ଫସଲ ବୀମା ଠିକ ଭାବରେ ହେଉନାହିଁ । ପରଚେଜ କମିଟିରେ ପ୍ରକୃତ ଚାଷୀମାନଙ୍କୁ ସାମିଲ କରାଯାଉନଥିବା ମଧ୍ୟ ଅଭିଯୋଗ କରିଛି କୃଷକ ସଭା । ତେଣୁ ଟୋକନ ବାତିଲ ହୋଇଥିବା ଏବଂ ଟୋକନ ପ୍ରଦାନ କରାଯାଇନଥିବା ଚାଷୀଙ୍କ ଧାନ ସରକାର କିଣିବା, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ପ୍ରଦାନ ସହ ସେମାନଙ୍କ ଠାରୁ ଧାନ କ୍ରୟ କରାଯିବା, ଫସଲବୀମା କରୁଥିବା କମ୍ପାନୀ ଗୁଡିକ ସଠିକ ଭାବରେ ବୀମା ପ୍ରଦାନ କରିବା, ପରଚେଜ କମିଟିରେ ପ୍ରକୃତ ଚାଷୀଙ୍କୁ ସାମିଲ କରାଯିବା, ପଞ୍ଜିକରଣ ପାଇଁ ଚାଷୀମାନଙ୍କୁ ସଚେତନତା କରାଯିବା, ସରକାରୀ ଉଦ୍ୟମରେ ଜିଲ୍ଲାରେ ଏକ ବୃହତ ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବା ଓ ତୁରନ୍ତ ଆବଶ୍ୟକତା ଅନୁଯାଇ ଧାନ ବିହନ ଯୋଗାଇ ଦେବାକୁ କୃଷକ ସଭା ଦାବି କରି କେନ୍ଦ୍ରାପଡା ବେଷାମରିକ ଖାଦ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବେଷାମରିକ ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ କୃଷକ ସଭାର ରାଜ୍ୟ ନେତୃତ୍ୱ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ମାର୍ଶାଘାଇ ବ୍ଲକ ସମ୍ପାଦକ ସୀତାକାନ୍ତ ନାୟକ, ମହାକାଳପଡା ବ୍ଲକ ସମ୍ପାଦକ ବିକାଶ ଚନ୍ଦ୍ର ବେଉରା, ମହେଶ ଚନ୍ଦ୍ର ସେଠୀ, ଲକ୍ଷ୍ମଣ କୁମାର ସାହୁ, ଡେରାବିଶ ବ୍ଲକ ସଂଯୋଜକ ଦାମଦୋର ମଲ୍ଲିକ, ଟିଟୁ ମଲିକ, ସୁଶାନ୍ତ ମଲିକ, ଅନନ୍ତ ବେହେରା, ଜିଲ୍ଲା ଆବାହକ ପଦ୍ମନାଭ ଦାସ ପ୍ରମୁଖ ଯୋଗଦେଇ ବି÷କ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ