ଭଞ୍ଜସେନା ପକ୍ଷରୁ ବିଭିନ୍ନ ଦାବିନେଇ ଜାତୀୟ ରାଜପଥରେ ହରତାଳ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ଅଣ ରାଜନୈତିକ ସଂଗଠନ ତଥା ମୟୂରଭଞ୍ଜ ଜିଲ୍ଲାର ବିକାଶ ପାଇଁ ଉଠାଉଥିବା ସ୍ବର’ ଭଞ୍ଜସେନା’ ‘ପକ୍ଷରୁ ବିଭିନ୍ନ ଦାବିନେଇ ୪ ଘଣ୍ଟା ଜାତୀୟ ରାଜପଥ ହରତାଳ କରାଯାଇଛି। ମୟୁରଭଞ୍ଜ ଜିଲ୍ଲାବାସୀଙ୍କୁ ଶୁଦ୍ଧ ପାନୀୟ ଜଳ,ଅଭାବୀ ଡାକ୍ତର(୨୭୨), କର୍ମଚାରୀ(୮୨୦) ଓ ଆବଶ୍ୟକୀୟ ଉପକରଣ ଯୋଗାଇ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ, ଅଘୋଷିତ ବିଦ୍ୟୁତ କାଟ, ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ଓ ଗ୍ରାହକ ଶୋଷଣ ନୀତି ବନ୍ଦ କରି ଉନ୍ନତ ବିଦ୍ୟୁତ ସେବା ଯୋଗାଇଦେବା, ଅଭାବୀ ଶିକ୍ଷକ, ଅଧ୍ୟାପକ ଓ ଅନ୍ୟାନ୍ୟ ପଦ ପଦବୀ ପୂରଣ କରିବା ସହିତ ବନ୍ଦ ହେବା ଦ୍ୱାର ଦେଶରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକୁ ପୁନଃ ଚାଲୁ କରି ଛାତ୍ର ଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା,ଶିମିଳିପାଳ ସମେତ ସମଗ୍ର ମୟୁରଭଞ୍ଜ ଜିଲ୍ଲାରେ ଥିବା ଶତାଧିକ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ବିକାଶ କରି ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପାନ୍ଥ ନିବାସ, ଖାଦ୍ୟ, ପାନୀୟ, ଓ ଶୌଚାଳୟ ନିର୍ମାଣ କରି ମୟୁରଭଞ୍ଜ ରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା କରି ବେକାର ଯୁବକ ଯୁବତୀ ମାନଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୋଜଗାର ଯୋଗାଇଦେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ମୟୁରଭଞ୍ଜ ପ୍ରତି କ୍ରମାଗତ ଅବହେଳା ପ୍ରତିବାଦରେ ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ଭଞ୍ଜସେନାର ବାମନଘାଟି ଉପଖଣ୍ଡ ଶାଖା ପକ୍ଷରୁ ରାଇରଙ୍ଗପୁର-ଟାଟା, ରାଇରଙ୍ଗପୁର-ଯଶିପୁର, ରାଇରଙ୍ଗପୁର-ବିଶୋଇ ରାସ୍ତା ଉପରେ ହରତାଳ କରିଥିଲେ । ଉକ୍ତ ହରତାଳ କାର୍ଯ୍ୟକ୍ରମ ରେ ଯୁବନେତା ସାଦନା ସର୍ଦାର,ଆକାଶ ମୁଣ୍ଡା, ଦୁର୍ଗା ଟୁଡୁ, ଉତ୍ତମ ମଣ୍ଡଳ ବିଷ୍ଣୁ ସର୍ଦାର,ରାଜେଶ ବେହେରା, ରାଜୁ ବେହେରା, ଦୁଷ୍ମନ୍ତ ବେହେରା, ଶଙ୍କର ମହାନ୍ତ,ବିଦ୍ୟୁତ ମହାନ୍ତ, ଜଗନ୍ନାଥ ମହାନ୍ତି, ହପ୍ନା ମାଝୀ, ଧିରଜ ମହାନ୍ତ, ବିବେକ ଦାସ, ରୋହିତ ହାଂସଦା,ମନୋଜ କୁମାର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, ଶ୍ରୀଧର ମୁର୍ମୁ, ବାପୁନ ସାହୁ, ସନ୍ଦୀପ ପରିଡା, ବସ୍ତି ଭାଇ, ସୌମ୍ୟ ନାୟକ, ରାକେଶ ଦାସ, ରାହୁଲ ବିନ୍ଧାଣି, ଅକ୍ଷୟ ମହାକୁଡ଼, ସଞ୍ଜୟ ମାହାଲି, ସାଗର ଦାସ, ଅମିତ କୁମାର ବେହେରା, ମନୀଷ ମହାନ୍ତ,ଅଜୟ ସାହୁ ପ୍ରମୁଖଙ୍କ ସହିତ ଶତାଧିକ କର୍ମକର୍ତ୍ତା ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ