ଚାଷୀଙ୍କ ସମସ୍ୟା ନେଇ ସମିତି ସମ୍ପାଦକଙ୍କ ବୈଠକ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖା ଅଧିନ ୧୦ଗୋଟି ସମବାୟ ସମିତିର ଚାଷୀମାନଙ୍କ ସମସ୍ୟାକୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶାଖା ପରିଚାଳକ ମାନସ ରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉକ୍ତ ବୈଠକରେ ତେସିଙ୍ଗା ସମିତି ସମ୍ପାଦକ ରାଜେନ୍ଦ୍ର ଖଣ୍ଡାଇ, ମାଳଦା ସମିତି ସମ୍ପାଦକ ମଦନମୋହନ ସାହୁ, ନାଆମୀ ସମିତି ସମ୍ପାଦକ ରବିନ୍ଦ୍ର ମହାନ୍ତି, ରହଣିଆ ସମିତି ସମ୍ପାଦକ ସନ୍ତୋଷ ଦାସ, ଜଳମଣ୍ଡୁଆ ସମିତି ସମ୍ପାଦକ ଜୟନ୍ତ ଭୋଇ, ନେରଡା ସମିତି ସମ୍ପାଦକ ସୌମ୍ୟରଞ୍ଜନ ପଣ୍ଡା, ସରସଦା ସମବାୟ ସମିତି ସମ୍ପାଦକ ନିର୍ମଳ ଦାସ, ନାରାୟଣପୁର ସମିତି ସମ୍ପାଦକ ସୁମନ୍ତ ସେନାପତି ଓ ବାଲିପୋଖରୀ ସମିତି ସମ୍ପାଦକ ପୀନାକ୍ଷୀ ଦାସ ଯୋଗଦେଇ ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ମତ ଦେଇଥିଲେ । ବିଶେଷକରି ଚାଷୀଙ୍କ ବ୍ୟକ୍ତିଗତ ବୀମା, ଚାଷଜମି ବୀମା ଓ ରବିଚାଷ ସମ୍ବନ୍ଧୀୟ ଋଣ ସମ୍ପର୍କରେ ଆଲୋଚନା ହୋଇଥିଲା । ସହ ପରିଚାଳକ ଧନୁର୍ଦ୍ଧର ସାହୁ ଧନ୍ୟବାଦ ଦେଇଥିଲେ ।