ଚାଷୀ ଆନ୍ଦୋଳନର ଶହୀଦମାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

କଟକ, (ଦୀପକ୍ କୁମାର ବେଉରା): କେନ୍ଦ୍ର ସରକାରଙ୍କର କୃଷକ ବିରୋଧୀ କୃଷି ଆଇନ ବାତିଲ ଦାବିରେ ଚାଲିଥିବା ଐତିହାସିକ କୄଷକ ଆନ୍ଦୋଳନର ୨୫ ଦିନରେ ଏପର୍ୟ୍ଯନ୍ତ ୨୯ ଜଣ ଶହୀଦ ହେଲେଣି । ଏହି ଶହୀଦ ମାନଙ୍କ ସ୍ମୃତିରେ ଆଜି ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି ଦିବସ ପାଳନ ଅବସରରେ କଟକ ରେଳ ଷ୍ଟେସନ ସମ୍ମୁଖରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସଂଯୁକ୍ତ କୄଷକ ମୋର୍ଚ୍ଚା ଓ କୄଷକ ସଂଘର୍ଷ ସମ୍ମନୟ ସମିତି ଆହ୍ୱାନରେ ସଂଗଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ରବିନାରାୟଣ ମଲ୍ଲିକ, ବିଶ୍ୱାବସୁ ଦାସ, ଖଗେଶ୍ବର ସେଠୀ, ପ୍ରତାପ ମହାପାତ୍ର, ବସନ୍ତ ନାୟକ, ମନମୋହନ ପତି, ଅଭୟ ସ୍ୱାଇଁ, ସସ୍ମିତା ମହାନ୍ତି, ଦୀପକ ଦାସ, ଦେବେନ୍ଦ୍ର ପାତ୍ର,ରାମପ୍ରସାଦ ଗର୍ତ୍ତୀ, ପୁର୍ଣ୍ଣଚନ୍ଦ୍ର ସାହୁ,ଗୋପାଳ ରାଉତ, ସୁଭସ୍ମିତା ସାହୁ, ଶିବାନୀ ସାହୁ, ଶୋଭା ଦେହୁରୀ, ଚନ୍ଦ୍ରକାନ୍ତ ବେହେରା, ଭରତ ପଣ୍ଡା, ସିପ୍ରା ମହାନ୍ତି, ଜୋସ୍ମାରାଣୀ ଦାସ ପୁଷ୍ପାଞ୍ଜଳି ନାୟକ ପ୍ରମୁଖ ଉଦବୋଧନ ଦେଇ ଶହୀଦଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ।କୃଷି ଓ କୃଷକ ତଥା ଦେଶକୁ କର୍ପୋରେଟ କବଳରୁ ରକ୍ଷା କରିବା ପାଇଁ ଚାଲିଥିବା ସଂଗ୍ରାମକୁ ପ୍ରଖର ଓ ପରିବ୍ୟାପ୍ତ କରି ଶହୀଦମାନଙ୍କର ସପ୍ନକୁ ସାକାର କରିବା ପାଇଁ ବକ୍ତାମାନେ ଆହ୍ୱାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ