ଦିୟା ଫାଉଣ୍ଡେସନ୍ ତରଫରୁ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ
କଟକ,(ଓ୍ବାଇଏନ୍ଏସ୍):କଟକ ସହରର ଯୁବ ଗୋଷ୍ଠୀଙ୍କୁ ନେଇ ଗଠନ କରାଯାଇଥିବା ‘ଦିୟା ଫାଉଣ୍ଡେସନ୍ ’ ତରଫରୁ ରବିବାର ସିଡିଏ-୧୧ ସ୍ଥିତ ବସ୍ତିରେ ଗରିବ ଅସହାୟଙ୍କୁ ସଦସ୍ୟମାନଙ୍କ ଦ୍ୱାରା ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ଏହି ଖାଦ୍ୟ ବଣ୍ଟନରେ ଶତାଧିକ ପରିବାର ଉପକୃତ ହୋଇଛନ୍ତି । ସଦସ୍ୟମାନଙ୍କ ଦ୍ୱାରା ପ୍ରତି ମାସ ଦୁଇ ଓଳି ଗରିବ ଅସହାୟମାନଙ୍କୁ ସହରର ବିଭିନ୍ନ ସ୍ଥାନରେ ଖାଦ୍ୟ ବଣ୍ଟନ କରାଯାଇଥାଏ । ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ରାକେଶ କୁମାର ସାହୁ, ସୁଧା ରଞ୍ଜନ ନାୟକ, ଶକ୍ତି ସୁମନ ଚୌଧୁରୀ, ସଞ୍ଜୟ କୁମାର ବେତାଳ, ଖିତିଶ କୁମାର ବେହେରା, ଆଶିଷ କୁମାର ବେହେରା, ବିଡି ଚନ୍ଦ୍ରଶେଖର, ସୌମେନ୍ଦ୍ର କୁମାର ସାହୁ, ଚିନ୍ମୟ ଦାସ, ରାଜା ରଣା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।


