ଚାଷୀ ଙ୍କ ଚିନ୍ତା ବଢାଉଛି ହାତୀପଲ

ଘଟଗାଁ-ସରକାର ନିର୍ଦ୍ଦେଶକ୍ରମେ ହାତୀ ମାନଙ୍କର ଗତିବିଧିକୁ ନିରିକ୍ଷଣ କରିବା ପାଇଁ ଫରେଷ୍ଟର ବିଭାଗ ସହିତ ଏକ ପାଂଚ ଜଣିଆ ସ୍ୱତନ୍ତ୍ର ଟିମ୍ କରାଯାଇଛି । କିନ୍ତୁ ସରକାରଙ୍କ ସରକାରୀ କର୍ମଚାରୀଙ୍କ ମନମୁଖି କାର୍ଯ୍ୟପାଇଁ ହାତୀ ମାନେ ନାନାଦି ଅସୁବିଧାର ସମ୍ମୁଖିନ ହେବା ସହିତ ଲୋକମାନଙ୍କ ଧନ ଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦେଉଗାଁ ରେଞର ଅଧିନସ୍ଥ ହରିଚନ୍ଦନପୁର ର ଖଡିବାହାରଳି ଏବଂ ଶଗଡପଟା ଅଂଚଳରେ । ବିଗତ ଏକ ମାସରୁ ଉଦ୍ଧ୍ୱର୍ ହେଲାଣି ଦିନ ନାହିଁ ରାତି ନାହିଁ ପଲପଲ ହାତୀ ଆସି ଫସଲ ସବୁକୁ ଦଳି ଚକଟି ନଷ୍ଟ କରିଦେଉଛନ୍ତି । ବେଳେ ବେଳେ ଗାଁ ମଝିକୁ ପଶି ଆସୁଥିବା ଯୋଗୁଁ ଭୟରେ ଗାଁ ଲୋକେ ରାତି ହେଲେ ଘରୁ ବାହାରକୁ ବାହାରନ୍ତି ନାହିଁ ବୋଲି ପ୍ରକାଶ କରିଛନ୍ତି । ବନ ବିଭାଗକୁ ଗାଁ ଲୋକେ ବାରମ୍ବାର ଖବର ଦେଲେ ମଧ୍ୟ ବନ ବିଭାଗର ଦେଖାମିଳୁନାହିଁ କି ହାତୀ ଘୋଉଡାଇବା ପାଇଁ ବନ ବିଭାଗ ତରଫରୁ ବାଣ, ଲାଇଟ କିଛି ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ହରିଚନ୍ଦନପୁର ସେକ୍ସନ ଫରେଷ୍ଟର କହିବା କଥା ଯେ, ଆମେ ଆମର କର୍ତବ୍ୟ ଠିକ୍ସେ କରୁଛୁ । ଖବର ଅନୁସାରେ କେନ୍ଦୁଝର ଜିଲ୍ଲା ଦେଓଗାଁ ରେଞର ଅଧିନସ୍ଥ ଅଟେଇ ସଂରକ୍ଷିତ ଜଙ୍ଗଲକୁ ଲାଗି ଦୁଇଟି ଗାଁ ଲୋକେ ବାସ କରିନ୍ତି ଶଗଡପଟା, ଖଡିବାହାଳି । ତେବେ ପ୍ରାୟ ଧାନ ହେବା ଠାରୁ ଏହି ଅଂଚଳରେ ହାତୀମାନଙ୍କର ତାଣ୍ଡବ ଦେଖିବାକୁ ମିଳିଥାଏ । ହାତୀ ମାନେ ଧାନ ବିଲକୁ ପଶି ଆସି ଧାନ ଫସଲ ସବୁ ମାଡି ଦଳି ନଷ୍ଟ କରିଥାନ୍ତି । ଚଳିତ ବର୍ଷ ମଧ୍ୟ ବିଗତ ମାସେ ହେବ ଉକ୍ତ ଅଂଚଳରେ ହାତୀ ମାନଙ୍କର ଆଡା ଜମିଥିବା ଦେଖିବାକୁ ମିଳୁଥିବା ବେଳେ ଧାନ ବିଲରେ ପଶିବା ସହିତ ଗାଁକୁ ମଧ୍ୁ ପ୍ରବେଶ କରୁଛନ୍ତି । ଫଳରେ ଗାଁ ଲୋକେ ଭୟଭୀତ ହୋଇ ରାତି ହେଲେ କେହି ଘରକୁ ବାହାରୁ ନାହାନ୍ତି । ଅନ୍ୟପକ୍ଷରେ ବନ ବିଭାଗକୁ ଗାଁ ଲୋକେ ବାରମ୍ବାର ଅଭିଯୋଗ କରି ବାଣ, ଏବଂ ଲାଇଟ ପାଇଁ ଗୁହାରୀ କରିଥିଲେ ମଧ୍ୟ ଖବର ପାଇ ନା ବନ ବିଭାଗଙ୍କର ଉକ୍ତ ଅଂଚଳରେ ଦେଖିବାକୁ ମିଳୁଛି ନା ଗାଁ ଲୋକଙ୍କୁ ବାଣ, ଲାଇଟ୍ର ବ୍ୟବସ୍ଥା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ