ଚାଷୀ ସଙ୍ଗଠନ ପକ୍ଷରୁ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ଘେରାଉ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଚାଷୀ ସଙ୍ଗଠନ ପକ୍ଷରୁ ସୋମବାର ଦିଗପହଣ୍ଡି ରେ ସଭା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆମେ ଗଢିବା ଆମ ଓଡିଶା ବିକାଶ ପରିଷଦ ର ଆବାହକ  ଇ.ଉତ୍ତମ କୁମାର ପାଣିଗ୍ରାହୀ ଙ୍କ ନେତୃତ୍ୱରେ ବିଭିନ୍ନ ପଞ୍ଚାୟତ ରୁ ସହସ୍ରାଧିକ ଚାଷୀ ବିଶାଳ ଶୋଭାଯାତ୍ରା ରେ ଆସି ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ସହ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବିଭିନ୍ନ ଦାବି ହାସଲ ପାଇଁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ପ୍ରତି ପଞ୍ଚାୟତ ସ୍ତରରେ ଧାନ ମଣ୍ଡି ଖୋଲି ସମସ୍ତ ଚାଷୀଙ୍କ ଠାରୁ ସରକାର ସିଧା ସଳଖ ଧାନ କ୍ରୟ କରିବା ପାଇଁ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଚାଷୀ ସଙ୍ଗଠନ ର କର୍ମକର୍ତ୍ତା ବୃନ୍ଦ ଉଦବୋଧନ ଦେଇଥିଲେ। ସମସ୍ତ ପଞ୍ଚାୟତ ରେ ମଣ୍ଡି ଖୋଲାଯିବା, ସବୁ ଚାଷିଙ୍କୁ ପଞ୍ଜୀକରଣ କରାଯିବା,  ସବୁ ମଣ୍ଡି ରେ ଧାନ ଷ୍ଟୋର କରି ରଖାଯାଉ ନାହିଁ ସିଧା ମିଲ୍ କୁ ଚାଷୀ କୁ ପଠାଯାଉଛି। କାରଣ  ପ୍ରାଥମିକ ସେବା ସମବାୟ ସମିତି ରେ ଧାନ  ରଖିବା ପାଇଁ ଜାଗାନାହିଁ । ଯଦ୍ୱାରା କି ଚାଷୀ ଙ୍କୁ ମିଲର୍ ମାନେ ହଇରାଣ କରୁଛନ୍ତି । ପ୍ରତି ଧାନ କ୍ଵିଣ୍ଟାଲ ପିଛା ୫ କେଜି ରୁ ସ୍ଥଳ ବିଶେଷରେ ୧୦ କେ ଜି କଟାଯାଉଛି।  ଧାନ କୁ ଖରାପ କହି ମଣ୍ଡି ରୁ ଫେରାଇ ଦିଆଯାଉଛି । ଦିଗପହଣ୍ଡି ରେ ୪୫ ହଜାର ରୁ ଅଧିକ ଚାଷୀ ଅଛନ୍ତି କିନ୍ତୁ ମାତ୍ର ୧୧ ହଜାର ଚାଷିଙ୍କୁ ପଞ୍ଜୀକରଣ କରାଯାଇଛି । ବଳକା ଚାଷୀ ବାଧ୍ଯ ହୋଇ ନିଜ ଧାନକୁ କମ୍ ଦରରେ ବିକ୍ରି ପାଇଁ ଦଲାଲ ଙ୍କ ଦ୍ବାରସ୍ଥ ହୋଇ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି । ବର୍ତ୍ତମାନ ଚାଷୀ ମିଲର୍ ଓ ଦଲାଲ ମାନଙ୍କ  ଦ୍ଵାରା ଅତ୍ୟାଚାରିତ ହେଉଛନ୍ତି ବୋଲି ଚାଷୀ ନେତୃବୃନ୍ଦ ସଭାରେ ଉଦବୋଧନ ଦେଇଥିଲେ ।ପରେ  ବିଡ଼ିଓ ଙ୍କ ଜରିଆରେ ଜିଲାପାଳ ଙ୍କ ଉଦେଶ୍ୟରେ ୧୦ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ।ଭାଜପା  କୃଷକ ମୋର୍ଚ୍ଚା ର ରାଜ୍ୟ କମିଟି ସଦସ୍ୟ  ସୂର୍ଯ୍ୟ ନାରାୟଣ ଦାସ,ରାଜ୍ୟ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ  ଗଜେନ୍ଦ୍ର ଚୌଧୁରୀ, ଚାଷୀ ସଙ୍ଗଠକ ବାବୁ ରାମ ପ୍ରଧାନ,ରଘୁନାଥ ସାମନ୍ତରା,ରବି ମିଶ୍ର,ହରି ପ୍ରଧାନ,ରାଜୀବ ରଥ,ଅନିଲ ମିଶ୍ର,ଅଭିମନ୍ୟୁ ସେଠୀ, ଶୁଭ୍ରାଂଶୁ ପ୍ରଧାନ,ସୁରେଶ କବି,ପୂର୍ଣ୍ଣ ଚନ୍ଦ୍ର ରେଡି,ପ୍ରଶାନ୍ତ ରେଡି,ସନ୍ତୋଷ ଦୋରା, ସିମାଞ୍ଚଳ ଦୋରା, ହରି ଦୋରା,ଉଗ୍ରସେନ ସାସମଲ,ପ୍ରଦୀପପ୍ରଧାନ,ଟୁକୁନା,ପାତ୍ର,ବସନ୍ତ ରେଡ୍ଡୀ,ରାଜେନ୍ଦ୍ର ରେଡ୍ଡୀ, ଖଲି ମହାପାତ୍ର,କାହ୍ନା ରେଡ୍ଡୀ,ନିରାକାର ସାହୁ,ଶତ୍ରୁଘ୍ନ ସାହୁ,ସେତନ ସାହୁ,ବାବୁଲା ବିଷୋୟୀ,ରାଧା ମୋହନ ପଣ୍ଡା,ଦେବ ଗୌଡ଼,ଅରୁଣ ଗୌଡ଼,କୃଷ୍ଣ ପଣ୍ଡା,ଚନ୍ଦୁ ନାୟକ,ନିରଞ୍ଜନ ଶତପଥି ପ୍ରମୁଖ ସଭା ଓ ଶୋଭାଯାତ୍ରା ର ନେତୃତ୍ୱ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ