ଚାଷ ଜମିରେ ଜଳରାଶି : ଚିନ୍ତାରେ ଚାଷୀ
ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍) ପ୍ରବଳ ବର୍ଷାରେ ଭଞ୍ଜନଗର ସହରର ଚତୁପାଶ୍ୱର୍ରେ ଥିବା ଧାନ କ୍ଷେତରେ ଜମି ରହିଛି ପାଣି । ଜମିରୁ ଜଳ ନିଷ୍କାସନ ପାଇଁ ୩ ଗୋଟି ଛୋଟିଆ କେନାଲ ହୋଇଛି । କିନ୍ତୁ ପାଣିର ଶୁଅ ଅତ୍ୟଧିକ ହୋଇଥିବାରୁ ଚାଷ ଜମିରେ ପାଣି ଜମିରହିଛି । ସେହି ନିକଟରେ କିଛି ଲୋକଙ୍କ ଘର ରହିଥିବାରୁ ଲୋକମାନଙ୍କୁ ଆଣ୍ଠୁଏ ପାଣିରେ ଘରକୁ ଯିବାକୁ ପଡୁଛି । ଅଧିକାଶ ଲୋକ ଚାଷକାମ ଉପରେ ନିର୍ଭର କରନ୍ତି । କ୍ଷେତରେ ପାଣି ଜମି ରହିଥିବାରୁ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି । ଶୁକ୍ରବାର ଚାଷୀ ମାନେ ଏକତ୍ରିତ ହୋଇ ଭଞ୍ଜନଗର ଉପଜିଲ୍ଲାପାଳ,ତହସିଲଦାର ,ବିଡିଓଙ୍କ ପାଖକୁ ଯାଇ ଜଣାଇଛନ୍ତି ।