ଚାଷ ବେଉଷଣର ୨ମାସ ପରେ ମିଳିଲା ସାର;ସୋସାଇଟି ସାମ୍ନାରେ ଲମ୍ବାଧାଡି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ଏନଏସି ଅଞ୍ଚଳରେ ରହୁଥିବା ଚାଷୀଙ୍କ ବାରମ୍ବାର ଦାବି ପରେ ଚାଷ ବେଉଷଣର ୨ମାସ ପରେ କୃଷି ବିଭାଗ ତରଫରୁ ଚାଷୀଙ୍କୁ ଗତକାଲି ଠାରୁ ସାର ଯୋଗାଣ ହେଲା । ହେଲେ ଚାଷୀଙ୍କ ଆବଶ୍ୟକତା ଠାରୁ ଖୁବ୍ କମ୍ ପରିମାଣରେ ମାତ୍ର ୪୫କିଲୋ ସାର ମିଳିଲା । ଦୀର୍ଘ ୨ମାସ ପରେ ଚାଷୀଙ୍କୁ ସାର ମିଳିବା ଘୋଷଣା ହେବା ପରେ ସୋସାଇଟି ସାମ୍ନାରେ ଲମ୍ବାଧାଡିରେ ଚାଷୀମାନେ ସାର ସଂଗ୍ରହ ପାଇଁ ଆତୁରତା ସହ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ଘଟଣାରୁ ପ୍ରକାଶ,କାଶୀନଗର ଏନଏସି ଅଞ୍ଚଳରେ ଚାଷ ବେଉଷଣ କାର୍ଯ୍ୟ ଗତ ୨ମାସରୁ ଉର୍ଦ୍ଧ୍ୱ ହେଲା ଶେଷ ହୋଇଥିଲେ ସୁଦ୍ଧା ଚାଷୀଙ୍କୁ ସାର ଯୋଗାଣ ହୋଇ ନ ଥିଲା । ଚାଷୀଙ୍କ ବାରମ୍ବାର ଦାବି ପରେ ଗତକାଲି ଠାରୁ ୟୁରିୟା ସାର କାଶୀନଗର ବସଷ୍ଟାଣ୍ଡ ଠାରେ ଥିବା କୃଷି ବିଭାଗର ସୋସାଇଟି ଠାରେ ଚାଷୀଙ୍କୁ ସାର ବଣ୍ଟନ କରାଯାଇଥିଲା । ହେଲେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ଚାଷୀମାନେ ସାର ପାଇଁ ଆତୁରତା ହୋଇ ଲମ୍ବାଧାଡିରେ ସୋସାଇଟି ସାମ୍ନାରେ ଦୀର୍ଘ ସମୟ ଖରାରେ ଛିଡା ହୋଇଥିଲେ । ତଥାପି ଚାଷୀମାନଙ୍କ ଅବଶ୍ୟକତା ଠାରୁ ବହୁ କମ୍ ପରିମାଣରେ ମାତ୍ର ୪୫କିଲୋ ଓଜନର ୧ମାତ୍ର ୟୁରିୟା ବସ୍ତା ଚାଷୀମାନଙ୍କୁ ଯୋଗାଣ କରାଯାଇଥିଲା । ବାରମ୍ବାର ଦାବି ପରେ ଅବଶ୍ୟକତା ଠାରୁ କମ୍ ପରିମାଣରେ ସାର ଦିଅଯିବା ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଆବଶ୍ୟକ ପରିମାଣର ସାର ଦେବା ପାଇଁ ଦୃଢ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ