ଚିକଲଖଣ୍ଡି ଠାରେ ମୋ ନିବେଦନ କାର୍ଯ୍ୟକ୍ରମ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ବ୍ଲକ ର ଚିକଲଖଣ୍ଡି, ଭିକାରୀପଲ୍ଲୀ, ପୋଟ୍ଟଲାମପୁର, ପୋଡାପଦର ଗ୍ରାମ ପଂଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ତଥା ମୋ ନିବେଦନ କାର୍ଯ୍ୟକ୍ରମ ଚିକଲଖଣ୍ଡି ଗ୍ରାମ ହାଇସ୍କୁଲ ପରିସରରେ ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୫୮୪ଜଣ ହିତାଧିକାରୀଙ୍କ ଅଭିଯୋଗ ଶୁଣାଣୀ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକର ଏବିଡିଓ, ପୋଡାପଦର ସରପଂଚ ପୀତାମ୍ବର ପଣ୍ଡା, ଭିକାରୀପଲ୍ଲୀ ସରପଂଚ ଧବଳେଶ୍ୱର ପ୍ରଧାନ, ପୋଟ୍ଟଲାମପୁର ସରପଂଚ ସୁବାଷିନୀ ବାରିକି, ଚିକଲଖଣ୍ଡି ସରପଂଚ ଡି.ଲକ୍ଷ୍ମୀଙ୍କ ସମେତ ସମସ୍ତ ଜନପ୍ରତିନିଧୀ ଓ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।