ଚିକିଟିରେ ଗଡିଲା ଅହିଂସା ରଥ
ଚିକିଟି,(ଯୁଗାବ୍ଦ ନ୍ୟୁଜ୍) ; ଚିକିଟି ନିର୍ବାଚନ ମଣ୍ଡଳିରେ ଶନିବାର ସ୍ଥାନୀୟ ବିଧାୟକ ଉଷାଦେବଙ୍କ ନେତୃତ୍ୱରେ ଅହିଂସା ରଥ ପରିକ୍ରମା କରିଥିଲା ।ଅହିଂସା ରଥ ସକାଳ ୮ ଟା ଠାରୁ ଚକା ଗଡିବା ଆରମ୍ଭ ହୋଇ ଧାନଘର ଛକ ଦେଇ ଜୟନ୍ତପୁର ,ପାତ୍ରପୁର ,ତୁମ୍ବା , ଖାରିଆଗୁଡା ଦେଇ ଭବ୍ୟସଂମ୍ବର୍ଦ୍ଧନା ସହ ଗାନ୍ଧିଜୀଙ୍କ ଅହିଂସା ଓ ଆଦର୍ଶ ମାର୍ଗକୁ ସ୍ଲୋଗାନ ମାଧ୍ୟମରେ ଲୋକମାନଙ୍କ ନିକଟରେ ବ୍ୟକ୍ତ କରିଥିଲେ । ଶେଷରେ ଅପରାହ୍ନରେ ଚିକିଟି ଏନ୍ ଏସି ପେଣ୍ଠରେ ପହଞ୍ଚିଥିଲେ । ଅହିଂସାରଥ ପରିକ୍ରମା ବେଳେ ବିଜେଡିର ସଂଗଠକ ସୁୂରେନ୍ଦ୍ର ମଣ୍ଡଳ , ଚିକିଟି ବ୍ଲକର ପୂର୍ବତନ ଚେୟାରମ୍ୟାନ୍ ଏମ୍ ନାଗରାଜୁ ,ରାମନାଥ ,ସଚ୍ଚିଦାନନ୍ଦ ପଣ୍ଡା ,ବ୍ଲକ ସଭାପତି ବି ହେରମ୍ବ ରେଡି , ଆଦି ପ୍ରମୁଖ ଥିବା ବେଳେ ଚିକିଟି ପେଣ୍ଠରେ ପ୍ରଶାନ୍ତ କୁମାର ସାହୁ, ଧର୍ମାସାହୁ, ଟି ଆନନ୍ଦ ସୁବୁଦ୍ଧି ,ଓ ବହୁ ବରିଷ୍ଠ କର୍ମୀ ଓ ପଦାଧିକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ମହାତ୍ମାଗାନ୍ଧୀଙ୍କ ଅହିଂସା ରଥକୁ ପରିକ୍ରମା କରିଥିଲେ ।