ଚିକିଟି ଅଞ୍ଚଳରେ ଗାଡି ଚୋରର ପାଦୁର୍ଭାଵ ଦେଖିବାକୁ ମିଳୁଛି
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ତିନି ଦିନ ତଳେ ଚିକିଟିଗଡରେ ଗୋଟିଏ ସ୍କୁଟି ଚୋରି ହୋଇଥିବା ସ୍ଥଳେ ଆଜି ମଧ୍ୟରାତ୍ରୀରେ ମୋର ଥିବା ଚିକିତିପେଣ୍ଠ ପଦ୍ମନଗର ତୃତୀୟ ଗଳି ଗେରେଜରେ ଦୁଇଗୋଟି ବାଇକ ଥିବା ବେଳେ ମୋର ସୁଜୁକି ଜିଓସ ଯାହାର ଗାଡି ନମ୍ବର OR07U5340 ଟିକୁ ଗେରେଜର ଗ୍ରୀଲ ଚାବି ଭାଙ୍ଗି ନେଇଯାଇଅଛି। ଚିକିଟି ଅଂଚଳରେ ପୋଲିସ ପେଟ୍ରୋଲିଂ ଅଭାବ ଯୋଗୁଁ ଏପରି ଘଟଣା ବାରମ୍ବାର ଘଟୁଛି, ଚିକିଟି ପୋଲିସ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଲୋକଙ୍କ ଧନ ଜୀବନ ସୁରକ୍ଷା ଦିଗରେ ଦୃଷ୍ଟି ଦିଅନ୍ତୁ । ଅଯଥାରେ ୫ଟି ନାରା ଦେଇ ପୋଲିସ ପ୍ରଶାସନ ଖସିଯିବାକୁ ନ ଚାହିଁ ଚୋରି ଓ ଅସାମାଜିକ କାର୍ଯ୍ୟକଳାପରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା ନିମନ୍ତେ ତତ୍ପର ହୁଅନ୍ତୁ ।


