ଚିକିତ୍ସାରେ ଅର୍ଥ ସାଜିଛି ବାଧକ , ଚିନ୍ତାରେ ପରିବାର
ଖଲ୍ଲିକୋଟ-(ସିଲୁ ବିଶ୍ଵାଳ) –ଖଲ୍ଲିକୋଟ ଏନ.ଏ.ସି ର ୧୦ନମ୍ବର ୱାର୍ଡ ବାଲୁଙ୍କେଶ୍ୱରପୁର ଗ୍ରାମରେ ଗୋଟିଏ ତେର ମାସ ର ଶିଶୁ ହୃଦୟ ରେ ଛିଦ୍ର ଥିବା ଜାଣିବାପରେ ପରିବାର ଚିନ୍ତାରେ ପଡିଯାଇଛନ୍ତି । ସୁଚନାନୁସାରେ , ବାଲୁଙ୍କେଶ୍ୱରପୁର ଗ୍ରାମର ସୀମାଞ୍ଚଳ ପରିଡ଼ା ପରିବାର ପ୍ରତିପୋଷଣ ପାଇଁ ସୁରଟରେ ଦାଦନ ଖଟୁଛନ୍ତି । ସେଠାରେ ଯାହା ରୋଜଗାର କରନ୍ତି ସେଥିରୁ କିଛି କିଛି ଘରକୁ ପଠାଇଲେ ପରିବାର ପ୍ରତିପୋଷଣ ହୁଏ । ହେଲେ ବର୍ତ୍ତମାନ ତାଙ୍କ ପରିବାର ଉପରେ ଦୁଃଖ ର କଳାବାଦଲ ଢାଙ୍କି ହୋଇଯାଇଛି । ସୀମାଞ୍ଚଳ ଙ୍କ ଗୋଟିଏ ପୁଅ ଥିବା ବେଳେ ତାଙ୍କର ଗତ ତେର ମାସ ତଳେ ଆଉଗୋଟିଏ ପୁଅ ଜନ୍ମଗ୍ରହଣ କରିଥିଲା । ତେବେ ସାନ ପୁଅ ସାଇ ପରିଡ଼ା ଜନ୍ମ ନେବା ପରେ ତାର ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେଇଥିଲା । ତାକୁ ସବୁବେଳେ ସର୍ଦ୍ଦି କାଶ ଲାଗିରହିବା ସହ ବେଳେ ବେଳେ ନିଶ୍ଵାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରେ ।ବ୍ରହ୍ମପୁର ,ଭୁବନେଶ୍ୱର ବଡ଼ ବଡ଼ ହସ୍ପିଟାଲରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଚିକିତ୍ସା କରିବା ପରେ ହୃଦୟ ରେ ଏକ ଛିଦ୍ର ଥିବା ଜଣାପଡିଥିଲା । ଡାକ୍ତର ଏହାର ଅପରେସନ କଲେ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ।ଏହା ଶୁଣିବା ପରେ ପୁରା ପରିବାର ଦୁଃଖ ରେ ଭାଙ୍ଗି ପଡିଛନ୍ତି । ସୀମାଞ୍ଚଳ ସୁରଟରେ କାମ କରୁଥିବା ବେଳେ ଗ୍ରାମରେ ସ୍ତ୍ରୀ ବାସନ୍ତୀ , ଦୁଇ ପୁଅ ଓ ବୃଦ୍ଧା ମାଆ ରହୁଛନ୍ତି । ସାନ ପୁଅ ସାଇର ଚିକିତ୍ସା ବାବଦ କୁ ୩ ଲକ୍ଷ ଟଙ୍କା କୁଆଡୁ ଆଣିବେ ସେ ନେଇ ଚିନ୍ତାରେ ପୁରା ପରିବାର । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସାଇର ଚିକିତ୍ସା ବ୍ୟବସ୍ଥା କରିପାରିଲେ ମାତ୍ର ତେର ମାସର ଗୋଟିଏ ନିଷ୍ପାପ ଶିଶୁ ର ଜୀବନ ବଞ୍ଚି ଯାଆନ୍ତା ବୋଲି ଗ୍ରାମବାସୀ କହିଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି କିମ୍ବା କୌଣସି ଅନୁଷ୍ଠାନ ସାଇ ର ଚିକିତ୍ସା ପାଇଁ ସହାୟତା ଯୋଗାଇଦେବାକୁ ଚାହିଁଲେ ତାଙ୍କର ମୋବାଇଲ ନମ୍ବର ୭୩୨୬୮୩୩୧୮୩ ରେ ଯୋଗାଯୋଗ କରିବାକୁ ବାପା ସୀମାଞ୍ଚଳ ପରିଡ଼ା ନିବେଦନ କରିଛନ୍ତି ।