ଭାରତ-ଚୀନ୍ ସଂକ୍ରାନ୍ତୀୟ ସୀମା ବୈଠକ
ନୂଆଦିଲ୍ଲୀ , (ଯୁଗାବ୍ଦ ନ୍ୟୁଜ) : ନୂଆଦିଲ୍ଲୀରେ ଭାରତ-ଚୀନ୍ ସୀମା ସଂକ୍ରାନ୍ତ ଆଲୋଚନା ଲାଗି ୨୨ତମ ବୈଠକ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲଙ୍କ ପ୍ରତିନିଧିତ୍ୱରେ ଆରମ୍ଭ ହୋଇଯାଇଛି । ଚୀନ୍ ପକ୍ଷର ପ୍ରତିନିଧିତ୍ୱ କରୁଛନ୍ତି ତାଙ୍କ ଦେଶର ଷ୍ଟେଟ୍ କାଉନ୍ସିଲର୍ ଏବଂ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ୍ ୟି। ଚଳିତ ବର୍ଷ ଅକ୍ଟୋବର ମାସରେ ମାମଲାପୁରମ୍ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ଜି ଜିନ୍ପିଙ୍ଗଙ୍କ ଦ୍ୱିତୀୟ ଅନୌପଚାରିକ ଶିଖର ବୈଠକ ପରେ ଏହା ହେଉଛି ଦୁଇ ଦେଶର ପ୍ରତିନିଧି ଦଳଙ୍କ ମଧ୍ୟରେ ପ୍ରଥମ ବୈଠକ। ଗତବର୍ଷ ନଭେମ୍ବର ମାସରେ ଚୀନ୍ର ଚେଙ୍ଗଙ୍କ ଠାରେ ଡୋଭାଲ୍ ଏବଂ ଓ୍ଵାଙ୍ଗଙ୍କ ମଧ୍ୟରେ ସୀମା ସଂକ୍ରାନ୍ତ ଆଲୋଚନା ହୋଇଥିଲା। ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଉକ୍ତ ବୈଠକରେ ଦୁଇ ପକ୍ଷ ଗୁରୁତ୍ୱାରୋପ କରିଥିଲେ। ଦ୍ୱିପାକ୍ଷିକ ସମ୍ପର୍କର ସର୍ବାଙ୍ଗୀଣ ବିକାଶରେ ଯେମିତି ସୀମା ସଂକ୍ରାନ୍ତ ମତପାର୍ଥକ୍ୟ କୁପ୍ରଭାବ ନ ପକାଏ ତାହା ଉପରେ ସେମାନେ ଧ୍ୟାନ ଦେଇଥିଲେ।


