ଚିକିତ୍ସାଳୟରୁ ସ୍ୱାମୀ ନିଖୋଜ; ଥାନାରେ ଏତଲା ଦେଲେ ସ୍ତ୍ରୀ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା  ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତି ନିଖୋଜ ହୋଇଥିବା ନେଇ ଫୁଲବାଣୀ ଆଦର୍ଶ ଥାନାରେ ସମ୍ପୃକ୍ତ ବ୍ୟକ୍ତିଙ୍କର ସ୍ତ୍ରୀ ଏତଲା ରୁଜୁ କରିଛନ୍ତି। ସୂଚନା ପ୍ରକାରେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକର  ବଣ୍ଡାପିପିଲି କଲୋନୀସାହିର ସାନୁଜ ବେହେରା ଓ ସ୍ତ୍ରୀ ସବିତା କଂସାରୀ ତାଙ୍କର ସିକଲିନ ରୋଗରେପିଡ଼ୀତ ଝିଅ ସଂଜନା କଂସାରୀର ଚିକିତ୍ସା ପାଇଁ ବାଲିଗୁଡ଼ା ଡାକ୍ତରଖାନାକୁ ପରିବାର ଲୋକଙ୍କ ସାଥିରେ ଯାଇଥିଲେ। କିନ୍ତୁ ସେମାନଙ୍କୁ ଗତ ୩୦ ତାରିଖରେ ବାଲିଗୁଡ଼ା ଡାକ୍ତରଖାନାରୁ ଫୁଲବାଣୀ ରେଫର କରାଯାଇଥିଲା। ଫୁଲବାଣୀ ଡାକ୍ତରଖାନାରେ ଝିଅର ଚିକିତ୍ସା ଚାଲିଥିବା ସମୟରେ ହଠାତ ସାନୁଜ ଡାକ୍ତରଖାନା ଭିତରେ ପଡ଼ି ଅଚେତ ହୋଇଯାଇଥିଲେ। କିଛି ସମୟ ପରେ ତାଙ୍କର ଚେତାଫେରିବା ପରେ ସାନୁଜଙ୍କୁ ମଧ୍ୟ ଡାକ୍ତରଖାନାରେ ଚିକିତ୍ସାପାଇଁ ରଖାଯାଇଥିଲା। ତେବେ ସେହିଦିନ ରାତିରେ ହିଁ ସାନୁଜ ନିଜର ବେଡ ସହିତ  ଅନ୍ୟାନ୍ୟ ଜିନିଷପତ୍ର ଫିଙ୍ଗା ଫୋପଡ଼ା କରି ପାଗଳଙ୍କ ପରି ହୋଇଥିଲେ।ଏହାପରେ ଚଳିତ ମାସ ୧ତାରିଖ ରାତିରେ ସେ ଅଧିକା ମାତ୍ରରେ ପାଗଳଙ୍କ ପରି ପ୍ରଳାପ କରିବାରୁ ସବିତାଙ୍କ କହିବା ମୁତାବକ ଡାକ୍ତରଖାନାର ସୁରକ୍ଷାକର୍ମୀ ମାନେ ତାଙ୍କ ସ୍ୱାମୀଙ୍କୁ ରାତିର ସେମାନଙ୍କ ପାଖରେ ରଖିଥିଲେ।ତେବେ ସକାଳ ହେବାରୁ ସବିତା ନିଜ ସ୍ୱାମୀଙ୍କୁ ଖୋଜିବା ସମୟରେ ସୁରକ୍ଷାକର୍ମୀ ମାନେ ତୁମ ସ୍ୱାମୀ ରାତି ପ୍ରାୟ ସାଢ଼େ୩ଟା ବେଳେ କୁଆଡ଼େ ଯାଇଛନ୍ତି ସେତେବେଳ ଠାରୁ ଆଉ ଫେରିନାହାନ୍ତି ବୋଲି ସବିତାଙ୍କୁ କହିଥିଲେ। ଏହାପରେ ସବିତା ବ୍ୟସ୍ତ ବିବ୍ରତ ହୋଇ ଚିକିତ୍ସିତ ହେଉଥିବା ଝିଅକୁ ଏକୁଟିଆ ଛାଡ଼ି କିପରି ଆଉ କେମିତି ଖୋଜିବେ ନେଇ ଚିନ୍ତାରେ ପଡ଼ିରହି ସ୍ୱାମୀଙ୍କର ଅପେକ୍ଷାରେ ରହିଥିଲେ। ତେବେ ସ୍ୱାମୀ ନଫେରିବାରୁ ଶେଷରେ ବାଧ୍ୟ ହୋଇ ଫୁଲବାଣୀ ଟାଉନଥାନାରେ ଲିଖିତ ଭାବେ ଅଭିଯୋଗ ଦାଖଲ କରି ସ୍ୱାମୀଙ୍କୁ ଖୋଜିବା ପାଇଁ ଗୁହାରୀ କରିଛନ୍ତି।ପୁଲିସ ଏନେଇ ଏକ ମିସିଙ୍ଗ୍‍ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଥିବା ବେଳେ ରିପୋର୍ଟ ଲେଖାହେବା ସୁଦ୍ଧା ତାଙ୍କର କୌଣସି ଖୋଜଖବର ମିଳିନଥିବା ପ୍ରକାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ