ଚିକିତ୍ସାଳୟ ବର୍ଜ୍ୟବସ୍ତୁ ପରିଚାଳନାର ସମୀକ୍ଷା କଲେ ଜିଲ୍ଲାପାଳ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବର୍ଜ୍ୟବସ୍ତୁ ପରିଚାଳନା ନେଇ ଏକ ସମୀକ୍ଷା ବୈଠକ ଶୁକ୍ରବାର ଅପରାହ୍ନରେ ମହାତ୍ମା ଗାନ୍ଧୀ ସଦଭାବନା ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଧେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଲ୍ ସେନ ଜଗଦେବ,ଅତିରିକ୍ତ ଚିକିତ୍ସା ଅଧିକାରୀ ଡ଼ାକ୍ତର ମୃତ୍ୟୁଞ୍ଜୟ ମିଶ୍ର, ଡି ପି ଏମ ଅନିଲ ମହାନ୍ତିଙ୍କ ସମେତ ଚିକିତ୍ସାଳୟ ଅଧିକାରୀ ମାନେ ଉପସ୍ଥିତ ରହି ବର୍ଜ୍ୟବସ୍ତୁ ସୁପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ।ଏଥି ସହିତ ସହରାଞ୍ଚଳ ଚିକିତ୍ସା କେନ୍ଦ୍ର ମାନଙ୍କର ବର୍ଜ୍ୟବସ୍ତୁ ଗୁଡ଼ିକ ମୁଖ୍ୟ ଚିକିତ୍ସାଳୟ ରେ ଥିବା ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ରେ ପହଞ୍ଚାଇବା ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।