ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଯକ୍ଷ୍ମା ରୋଗୀ ସୁରେନ୍ଦ୍ର ଙ୍କ ଚିକିତ୍ସା ପାଇଁ ସରକାର ଙ୍କୁ ନିବେଦନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):କେନ୍ଦ୍ର ସରକାରଙ୍କ ଯକ୍ଷ୍ମାମୁକ୍ତ ଭାରତ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । ରାଜ୍ୟ ସରକାର ମଧ୍ୟ ଗୁରୁତ୍ୱ ର ସହ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାରର ସେବା ଓ ସଚେତନତା ଜାରି ରଖିଛନ୍ତି । ହେଲେ ସରକାରଙ୍କ ଯୋଜନା କରା ଯାଉଛି ସାଧାରଣ ଗରିବ ଲୋକଙ୍କ ପାଖରେ ପହଞ୍ଚିପାରୁନି। କୋଉଠି ନା କୋଉଠି ଯୋଜନା ବାଟବଣା ହେଉଥିବା ଦେଖିବାକୁ ମିଳିଛି। ଏ ଭଳି ଏକଘଟଣା ଦେଖିବାକୁ ମିଳିଛି। ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗଙ୍ଗାପୁର୍ ପଞ୍ଚାୟତ ରଧାନଗର ଗ୍ରାମରେ।ଅସହାୟ ଗରିବ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ସୁରେନ୍ଦ୍ର ନାୟକ ଯକ୍ଷ୍ମା ରୋଗ ରେ ପୀଡ଼ିତ ଆର୍ଥିକ ଅନାଟନ ଚିକିତ୍ସା ପାଇଁ ଅର୍ଥର ଅଭାବ ଯୋଗୁଁ ଭାଙ୍ଗା ଚାଳ ଘର ବାରଣ୍ଡାରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି।ଦୁରାରୋଗ୍ୟ ଭାବେ ଗଣାଯାଇଥିବା ଯକ୍ଷ୍ମା ରୋଗର ଆଶୁ ଚିକିତ୍ସା ପାଇଁ ନିଶୁଳ୍କ ନିଦାନ ଓ ଔଷଧ ବ୍ୟବସ୍ଥା ସହ ରୋଗୀଙ୍କୁ ପୃଷ୍ଟିକର ପୋଷଣ ଖାଦ୍ୟର ସୁବିଧା ରହିଥିଲେ ମଧ୍ୟ ଅପହଞ୍ଚ ଇଲାକାରେ ଏହାର ସଫଳତାକୁ ନେଇ ସଂଶୟ ସୃଷ୍ଟି କରିଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥରରେ ଯକ୍ଷ୍ମାରୋଗଜନିତ ଦରକାରୀ ସେବା ଓ ସଚେତନତା ନେଇ ବହୁ ବ୍ୟବସ୍ଥା ରହିଥିଲାବେଳେ ସ୍ଥଳ ବିଶେଷ କର୍ମୀ ଓ କର୍ମଚାରୀଙ୍କ ସମନ୍ୱୟ ଅଭାବରୁ ରୋଗୀ ଚିହ୍ନଟ ଏବଂ ସେବା ଯୋଗାଣରେ ବ୍ୟାପକ ଅନିୟମିତତା ହେଉଅଛି । ଯାହାକି ଦେଖିବାକୁ ମିଳିଛି ଆଦିବାସି ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଜନୈକ ନିରୀହ ରୋଗୀ ଉପଯୁକ୍ତ ସେବା ପାଉନଥିବା କାରଣରୁ ମୃତ୍ୟୁକୁ ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ କର୍ତ୍ତୃପକ୍ଷ ତାଙ୍କୁ ପରୀକ୍ଷା ନିରୀକ୍ଷା କରି ଔଷଧ ଦେଇଥିଲେ ମଧ୍ୟ ଅର୍ଥାଭାବ ଏବଂ ଅତ୍ୟଧିକ ଦୁର୍ବଳତା କାରଣରୁ ଔଷଧ ମଧ୍ୟ ଖାଇ ପାରୁନଥିବା ଦେଖିବାକୁ ମିଳିଛି । ଘଟଣାଟି ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ଗଙ୍ଗାପୁର ପଞ୍ଚାୟତର ପାହାଡ଼ ପର୍ବତ ଘେରା ଦଳିତ ବସ୍ତି ରାଧାନଗରର ୬୦ ବର୍ଷୀୟ ସୁରେନ୍ଦ୍ର ନାଇକଙ୍କ କ୍ଷେତ୍ରରେ ଘଟିଥିବା ବେଳେ ସମ୍ପ୍ରତି ଦୁର୍ବଳ ସୁରେନ୍ଦ୍ର ମୃତ୍ୟୁ ଅପେକ୍ଷାରେ ରହିଥିବା ବେଳେ ପରିବାର ଦୁର୍ବିସହ ସ୍ଥିତିରେ ରହିଛନ୍ତି । ମୁର୍ମୁସୁ ରୋଗୀକୁ କୋଳରେ ଧରି ସ୍ତ୍ରୀ ରଙ୍ଗବତୀ ଧର୍ଯ୍ୟହରା ହେଉଥିବା ବେଳେ ନାବାଳକ ପୁଅ ଅନ୍ୟର ଛେଳି ମନ୍ଦାରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି । ସୁରେନ୍ଦ୍ରଙ୍କ ପାଞ୍ଚ ଝିଅ ଏବଂ ଗୋଟିଏ ପୁଅ ଥିବା ବେଳେ ସମସ୍ତ ଝିଅ ବିବାହିତ ଅଟନ୍ତି । ଝିଅ ବାହାଘର ପାଇଁ ନିଜର ଜମିକୁ ବନ୍ଧା ପକାଇଥିବା ବେଳେ ଆବାସ ଯୋଜନାରେ ନଥିବାରୁ ତାଙ୍କୁ ଭଙ୍ଗା ଚାଳ କୁଡ଼ିଆରେ ପଡ଼ି ରହିଛନ୍ତି । ଏ ନେଇ ଆଡପଡ଼ା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରି ଡ଼ା ବାହନ ଦାସ ଙ୍କୁ ଯୋଗାଯୋଗ କରିବା ପରେ ସେ କହିଲେ ଆସନ୍ତା କାଲି ମେଡ଼ିକାଲ ଟିମ ଯାଇ ତାଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ରହିଛି ଯୋଗାଇଦେବା ପାଇଁ କହିଥିଲେ।ସୁରେନ୍ଦ୍ରଙ୍କ ପ୍ରତି ସ୍ୱାସ୍ଥ୍ୟ ବିଭାଗ ସହ ବଦାନ୍ୟ ବ୍ୟକ୍ତିବିଶେଷ ସହାୟତା କରିବାକୁ ପରିବାର ଲୋକେ ଅଞ୍ଚଳ ବୁଦ୍ଧିଜୀବୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ