ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ପ୍ରଶାନ୍ତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ବାପା ମାଆ ଙ୍କ ର ଆଶା ରହିଥାଏ ପରିବାର ରେ ପୁଅଟିଏ ଥିଲେ ବୃଦ୍ଧ ସମୟରେ ମୁଠାଏ ଖାଇବାକୁ ଦେବା ସହ ପରିବାର ପ୍ରତିପୋଷଣ କରିବ ଏନେଇ ବାପା ମାଆ କେତେ ଆଶା କରିଥାନ୍ତି ।କିନ୍ତୁ ବିଧିର ବିଧାନ କିଏ ଜାଣିଛି ଘରର ପାଠ ପଢା ପୁଅ କୁ ଖୁଆଇବା ସୌଚ କରାଇବା ତାର ସେବା ବାପା କରୁଛି। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳୁଛି ସାନଖେମୁଣ୍ଡି ବ୍ଲକ୍ ରାଧାଦେଇପୁର ପଞ୍ଚାୟତ ଉସ୍ତା ଜଗନ୍ନାଥପୁର ଗ୍ରାମରେ ଦୂରାରୋଗ୍ୟ ବ୍ୟାଧି ର ଶିକାର ଭିନ୍ନକ୍ଷମ ପ୍ରଶାନ୍ତ ସାହୁ ବୟସ ୨୭ ବର୍ଷ। ପରିବାର କହିଲେ ବାପା ମା ଦୁଇ ଭାଇ ଭାଉଜ।ଦୁଇ ଭାଇ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ କାର୍ଯ୍ୟରତ ରହିଥିବା ବେଳେ ପ୍ରଶାନ୍ତ ସପ୍ତମ ଶ୍ରେଣୀ ଯାଏଁ ପାଠ ପଢିବା ସହ ହସଖୁସି ଜୀବନ କଟୁଥିଲା।ହଠାତ ତାର ଜୀବନରେ ଆସିଥିଲା ଦୁଃଖର ପାହାଡ ସଦୃଶ ଟାଇଫଏଡ ଜ୍ଵରର ପ୍ରଭାବରେ ଖେଳୁଥିବା ହାତ ଗୋଡର ଚାଲିଚଳନି ରେ ଦେଖାଦେଇଥିଲା ଅସ୍ଥିର ପରିବର୍ତ୍ତନ।ପରିବାର ର ଆର୍ଥିକ ସ୍ଥିତାବସ୍ଥା ସ୍ୱଚ୍ଛଳ ନଥିବାରୁ ପରିବାର ଲୋକେ ସରକାରୀ ଡାକ୍ତର ଖାନା ରେ ତାଙ୍କ ଚିକିତ୍ସା କରାଇଥିଲେ କିନ୍ତୁ ଉପଶମ କରିବାରେ ବିଫଳ ହୋଇଥିଲେ।ଆଉ ଧୀରେ ଧୀରେ ଅଚଳ ହୋଇଗଲା ତାର ହାତ ଗୋଡ ସହ କହିବାର ସ୍ୱର ମଧ୍ୟ ବଦଳିଗଲା।ଆଉ ସେ ସମାଜ ପାଇଁ ପାଲଟିଗଲା ଭିନ୍ନକ୍ଷମ ବ୍ୟକ୍ତିର ପରିଚୟ। ଅଧାରୁ ପାଠ ପଢ଼ା ବନ୍ଦ କରିବାକୁ ବାଧ୍ୟ ହୋଇଥିଲା। ସେ ଭିନ୍ନକ୍ଷମ ହୋଇଥିବାରୁ ସରକାରୀ ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପାଉଥିଲେ ମଧ୍ୟ ତାର ମାସିକ ଔଷଧ ପାଇଁ ହେଉନଥିବା କହିଛନ୍ତି ପରିବାର ଲୋକ।ତାର ନିତ୍ୟ କର୍ମ ପାଇଁ ବାପାଙ୍କ ସହାୟତାରେ ଗାଁ ଛକ କେନାଲ କୁ ଯାଉଥିବା ବେଳେ ପରିବାର ଲୋକେ ଖୁଆଇ ଦେଉଛନ୍ତି।ଏଣେ ବୃଦ୍ଧ ବୟସରେ ଯେଉଁ ବାପା ମାଙ୍କ ସେବା କରିବାର ଥିଲା ସେ ବୟସରେ ପରିବାର ବୋଝ ପାଲଟିଛି ପ୍ରଶାନ୍ତ ।ପ୍ରଶାନ୍ତ ର ବଡ଼ ଭାଇ ଏଭଳି ଦୂରାରୋଗ୍ୟ ରେ ମୃତ୍ୟୁବରଣ କରିଥିଲେ। ଏବେ ବୃଦ୍ଧ ବାପା ମାଆ ଙ୍କ ଆର୍ଥିକ ସ୍ୱଚ୍ଛଳ ନଥିବାରୁ ମେଡିକାଲ ପଠାଇଥିବା ସମ୍ଭବ ନୁହେଁ। ପ୍ରଶାନ୍ତ ମନରେ ଆଶା ବାନ୍ଧିଛି ପୁଣିଥରେ ଚାଲିବା ପାଇଁ ଆଉ କାମ କରି ପରିବାରର ପୋଷଣ କରିବ।ତେବେ ପ୍ରଶାନ୍ତ ର ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।ସରକାରଙ୍କ ପକ୍ଷରୁ ତାକୁ ଚିକିତ୍ସା ସହାୟତା ଯୋଗାଇବା ନିମନ୍ତେ ସ୍ଥାନୀୟ ଅଞ୍ଚଳବାସୀ ସରକାରଙ୍କୁ ନିବେଦନ କରିଛନ୍ତି।