ଚିକିତ୍ସା ହେଳାରୁ ରୋଗୀର ମୃତ୍ୟୁ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଚିକିତ୍ସାରେ ତୃଟି ନେଇ ରୋଗୀର ମୃତ୍ୟୁ ନେଇ ମୟୁରଭଞ୍ଜ ଜିଲ୍ଲାର ଜାମଦ ଥାନା ଅନ୍ତର୍ଗତ ଭାଦୁସାହିରେ ଗ୍ରାମବାସୀଙ୍କ ଦ୍ୱାରା ଉତ୍ତେଜନା ଓ ରାସ୍ତାରୋକ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ଭାଦୁସାହି ଗ୍ରାମର ରାତୁ ମୁର୍ମୁ ଦେହ ଅସୁସ୍ଥତା ନେଇ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ କରୋନା ଚିହ୍ନଟ ଯୋଗୁଁ ବାରିପଦା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରେ କିଛି ଦିନ ଧରି ଚିକିତ୍ସିତ ହେବା ପରେ ଶୁକ୍ରବାର ଦିନ ତାଙ୍କୁ କୋଭିଡ ହସ୍ପିଟାଲରୁ ଚିକିତ୍ସିତ କରାଯାଇ ଘରକୁ ପଠାଇ ଦିଆଯାଇଥିଲା । ଘରେ କିଛି ଘଣ୍ଟା ପରେ ରାତୁଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଫଳରେ ଶନିବାର ଦିନ ଗ୍ରାମବାସୀ ଡାକ୍ତରଙ୍କ ଚିକିତ୍ସା ଅବହେଳା ଓ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ । ତହସିଲଦାର କ୍ଷତିପୂରଣ ବାବଦକୁ କିଛି ଆର୍ଥିକ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଲୋକେ ଧାରଣାରୁ ଓହରି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ