ଚିଙ୍ଗୁଡିଖୋଲରେ ମା କାଳୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ
କୋଦଳା :(ଗୁଲସନ୍ କୁମାର କର)ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଚିଙ୍ଗୁଡିଖୋଲ ଠାରେ ମା କାଳୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି। ରବିବାର ଅଙ୍କୁରାରୋପଣ ପରେ ସୋମବାର ବନଜାଗ, ରତ୍ନମୁଦ ଓ ମଣ୍ଡଳ ବିନ୍ୟାସ ହୋଇଥିଲା। ମଂଗଳବାର ଜଳଯାତ୍ରା ରେ ମହିଳା ମାନେ ବାହାରି ଗ୍ରାମ ପରିକ୍ରମା କରିବା ପରେ ପଣ୍ଡିତ ମାନଙ୍କ ଦ୍ଵାରା ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଥିଲା। ବୁଧବାର ଦିନ ମହାସ୍ନାନ ଏବଂ ଗୁରୁବାର ମା ଙ୍କ ସିଂହାସନ ଆରୋହଣ ପରେ ପୂର୍ଣ୍ଣାହୁତି ହେବାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ହରିହରାତ୍ମକ ବିଶ୍ବଶାନ୍ତି ମହା ଜଜ୍ଞ ହେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଚିଙ୍ଗୁଡିଖୋଲ ଗ୍ରାମ ପୁରା ଚଳଚଞ୍ଚଳ ହୋଇପଡିଛି। ଉଠା ଦୋକାନୀ ସାଂଗକୁ ଭଳିକି ଭଳି ପସରା, ମନୋରଞ୍ଜନ ପାଇଁ ଦୋଳି, ମୀନା ବଜାର ମଧ୍ୟ ଦେଖିବାକୁ ମିଳିବ ବୋଲି ଜଣାପଡିଛି। ଆଖପାଖରୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରତି ଦିନ ସଂଧ୍ୟାରେ ପ୍ରସାଦ ସେବନର ବନ୍ଦବୋସ୍ତ କରାଯିବ ବୋଲି ଗ୍ରାମକମିଟି କହିଛନ୍ତି।