ଚିତ୍ରକର ମାନଙ୍କୁ ସରକାରୀ ସହାୟତା ଦେବାକୁ ବିଡ଼ିଓ ଓ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ

ପୋଲସରା,(ଅନିଲ କୁମାର ମହାରଣା):ଅଲ ଓଡ଼ିଶା ପେଇଣ୍ଟିଙ୍ଗ ଆର୍ଟିଷ୍ଟ ଏଣ୍ଡ ଆଡଭେଇର୍ଟଇଜେମେଣ୍ଟ ଆସୋସିଏସନ, ଭୁବନେଶ୍ୱର ସହ ଗଣ୍ଠିବନ୍ଧିତ ପୋଲସରା ବ୍ଲକ ଚିତ୍ରକର ସଂଘ ପକ୍ଷରୁ ପୋଲସରା ବିଡ଼ିଓ ଓ ତହସିଲଦାରଙ୍କୁ ଚିତ୍ରକର ମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବିପତ୍ର ପ୍ରଦାନ କରାଯାଇଛି। ଚିତ୍ରକର ମାନେ ସରକାରୀ ଓ ବେସରକାରୀ ଭାବେ ପ୍ରାଚୀର ଲେଖା, କନାରେ ବ୍ୟାନର ଲେଖା,ବିବାହ ବ୍ରତରେ ଗୃହ ସମ୍ମୁଖରେ ଲିଖନ ପ୍ରଭୃତି କାର୍ଯ୍ୟ ସମ୍ପାଦନ କରି ପରିବାର ପ୍ରତିପୋଷଣ କରିଥାନ୍ତି। ମାତ୍ର କରୋନା ମହାମାରୀ ପାଇଁ ଲକ ଡାଉନ ଘୋଷଣା ଯୋଗୁଁ ଚିତ୍ରକର ମାନେ ହାତବାନ୍ଧି ଘରେ ବସିବା ଯୋଗୁଁ ଆର୍ଥିକ ଅନାଟନ ମଧ୍ୟରେ ଭୋକ ଉପାସରେ କାଳ କାଟୁଛନ୍ତି। ସରକାର ନିର୍ମାଣ ଶ୍ରମିକ,କଳାକାର,ରାସନ କାର୍ଡ଼ ହିତାଧିକାରୀଙ୍କୁ ଲକ ଡାଉନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ଚିତ୍ରକର ମାନଙ୍କୁ ଅଣଦେଖା କରିଛନ୍ତି। ପୋଲସରା ବ୍ଲକ ଚିତ୍ରକର ସଂଘ ସଭାପତି ଭଗବାନ ସାହୁଙ୍କ ନେତୃତ୍ୱରେ ସମ୍ପାଦକ ହୀନ ସ୍ୱାଇଁ, କୋଷାଧ୍ୟକ୍ଷ ଭଗବାନ ବେହେରା ଓ ସଦ୍ୟସ୍ୟ ବୃନ୍ଦ ପୋଲସରା ବ୍ଲକ ବିଡ଼ିଓ ଶମ୍ଭୁନାଥ ନନ୍ଦୀ ଓ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଙ୍କୁ ଦାବିପତ୍ର ପ୍ରଦାନ କରି ଚିତ୍ରକର ମାନଙ୍କୁ ତୁରନ୍ତ ସରକାରୀ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ