ଚିତ୍ରକୋଣ୍ଡାରେ ପରିମଳ ବ୍ୟବସ୍ତା ସୁଧୁରିବକେବେ

ଚିତ୍ରକୋଣ୍ଡା,(ବିମଲ କିଶୋର ମିଶ୍ର):ଗ୍ରାମକୁ ସଫା ସୂତରା ରଖିବା ପାଇଁ ସରକାରୀ ସ୍ତରରେ ଅନେକ ଅର୍ଥ ଖର୍ଚ୍ଚ କରାଯାଉଛି ହେଲେ ଚିତ୍ରକୋଣ୍ଡାରେ ଫେଲ ମାରିଛୀ ପରିମଳ ବ୍ୟବସ୍ତା। ଚିତ୍ରକୋଣ୍ଡା ପଂଜାବୀ ଛକ ନିକଟରେ ଅଳିଆ ସାମଗ୍ରୀ ଗୋଟିଏ ପାଖରେ ରଖିବା ପାଇଁ ଏକ ସିମେଣ୍ଟରେ ତିଆରି ଡୋଷ୍ଟବିନ କରାଯାଇଛି ହେଲେ କୂଡ କୂଡ ଅଳିଆ ସେଠାରେ ଗଦା ହୋଇ ପଡି ରହିଥିବା ବେଳେ ଅଳିଆ ଉଠାଇବା ପାଇଁ କୌଣସି ବ୍ୟବସ୍ତା କରା ଯାଉନାହିଁ। ଯାହା ଫଳରେ ଅଳିଆ ଗଦାରୁ ଦୁର୍ଗନ୍ଧ ବାହାରିବା ସହ ରାସ୍ତାରେ ଯିବା ଆସିବା କରୁଥିବା ପଥ ଚାରୀଙ୍କୁ ଅନେକ ଅସୁବିଧା ହଉଥିବା ଅଭିଯୋଗ ହୋଇଛି। ଚିତ୍ରକୋଣ୍ଡା ପଞ୍ଚାୟତରେ ଅଳିଆ ଉଠାଇବା ପାଇଁ ଗାଡି ରହିଥିଲେ ମଧ୍ୟ କୌଣସି କାମରେ ଆସୁନାହିଁ। ଯଦି ଏଭଳି ସମସ୍ୟା ଲାଗି ରହେ ତେବେ ଅଞ୍ଚଳରେ ଆଗାମୀ ଦିନରେ ମ୍ୟାଲେରିଆ, ଡାଇରିୟା ବ୍ୟାପିବା ଆଶଙ୍କାକୁ ଏଡାଇବା କଷ୍ଟକର ହୋଇ ପରିପାରେ। ତେବେ ଦେଖିବାକୁ ବାକି ରହିଲା କେବେ ଏହାକୁ ସଫା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ