ଚିତ୍ରାଳୟ ଗାଡି ଓଲଟି ୫ କର୍ମଚାରୀ ଆହତ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଥାନା ଅନ୍ତର୍ଗତ ଓଭରବ୍ରିଜ ନିକଟ ଜାତୀୟ ରାଜପଥ ଠାରେ ଏକ ଚିତ୍ରାଳୟ ଗାଡି ଓଲଟି ପାଞ୍ଚ ଜଣ କର୍ମଚାରୀ ଆହତ ହୋଇଛନ୍ତି l ଆହତ ମାନେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି l ସୂଚନାଯୋଗ୍ୟ ଯେ, ରବିବାର ଓ଼ଆର 02ଏବି 2304ନଂ ଚିତ୍ରାଳୟ ଗାଡି ନାରାୟଣୀ ଠାରୁ ତାଳପଡା ଅଭିମୁଖେ ଯାଉଥିବା ବେଳେ ହଠାତ ଛତ୍ରପୁର ଓଭରବ୍ରିଜ ନିକଟ ଜାତୀୟ ରାଜପଥ ଠାରେ ଏକ ଗାଈ ପାର କରୁଥିବା ବେଳେ ଗାଈ କୁ ବଞ୍ଚାୟବାକୁ ଯାଇ ଚିତ୍ରାଳୟ ଗାଡି ଟି ଭରସାମ୍ୟ ହରାଇ ଓଲଟି ପଡିଥିଲା l ଫଳରେ ଗାଡିରେ ବସିଥିବା ପାଞ୍ଚ ଜଣ ଚିତ୍ରାଳୟ ଓ ଲାଇଟ ଏଣ୍ଡ ସାଉଣ୍ଡ କର୍ମଚାରୀ ମାନେ ଆହତ ହୋଇ ଜାତୀୟ ରାଜପଥ ରେ ପଡ଼ିଥିଲେ l ଆହତ ମାନଙ୍କୁ ସ୍ଥାନୀୟ ଯୁବକ ମାନେ ଉଦ୍ଧାର କରି ମାନବ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ର ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିଲେ l ଆହତ ମାନେ ହେଲେ ପ୍ରଶାନ୍ତ କମାର ( ଅଡବା ),ରଞ୍ଜନ କୁମାର ପ୍ରଧାନ(ଚିକିଟି ), ଏମ.ରବି (ଭୀଷ୍ମଗୀରି )ମନୋଜ ପାଇକ (ଉଦୟଗିରି )ଓ ପୱନ ଦାସ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ