ଚିତ୍ର ଓ ସୂତାରେ ଚମକୁଛି ରାଷ୍ଟ୍ରପତି ରାକ୍ଷୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଆରା ଅଭିନନ୍ଦନ ଜଣାଇଛନ୍ତି ଚିତ୍ରଶିଳ୍ପୀ ଓ ସମାଜସେବୀ ଦମ୍ପତ୍ତି । ରାକ୍ଷୀର ମହତ୍ତ୍ୱକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୁତ କରିଛନ୍ତି ରାଷ୍ଟ୍ରପତି ରାକ୍ଷୀ । ରାକ୍ଷୀ ପୂର୍ଣ୍ଣିମା ପାଖେଇ ଆସୁଥିବା ବେଳେ ଏଭଳି ରାକ୍ଷୀ ପ୍ରସ୍ତୁତ କରି ଓଡ଼ିଶାବାସୀଙ୍କ ହୃଦୟ ଛୁଇଁଛନ୍ତି ଭୁବନେଶ୍ୱର ଇନ୍ଦ୍ରପ୍ରସ୍ଥ କଲୋନୀରେ ରହୁଥିବା ସମାଜସେବୀ ସୁଶାନ୍ତ ସାହୁ ଓ ତାଙ୍କର ଚିତ୍ରଶିଳ୍ପୀ ପତ୍ନୀ ଅନସୂୟା ସାହୁ । ପ୍ରତିବର୍ଷ ନିଆରା ରଙ୍ଗ, ସୂତା, ମଞ୍ଜି, କାଠି, କାଇଁଚ ଓ ଧାନରେ ରାକ୍ଷୀ ପ୍ରସ୍ତୁତ କରୁଥିବା ଏହି ଦମ୍ପତ୍ତି ପାରମ୍ପରିକ ରାକ୍ଷୀ ଜରିଆରେ ସମ୍ପର୍କର ବନ୍ଧନ ସହିତ ପ୍ରକୃତିର ବନ୍ଦନା କରିବାର ବାର୍ତ୍ତା ଦେଇଥାନ୍ତି । ଚଳିତବର୍ଷ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁୁଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ପ୍ରଥମଥର ତିଆରି କରିଛନ୍ତି ରାଷ୍ଟ୍ରପତି ରାକ୍ଷୀ । ରାକ୍ଷୀର କେନ୍ଦ୍ରସ୍ଥଳରେ ମୁର୍ମୁଙ୍କ ଫଟୋ ସହିତ ଚତୁଃପାଶ୍ୱର୍କୁ ରେଶମୀ ସୂତାରେ ସିଲେଇ କରାଯାଇ ଆକର୍ଷଣୀୟ କରାଯାଇଛି । ଦିନକୁ ୩୦ରୁ ୪୦ ଏଭଳି ନିଆରା ରାକ୍ଷୀ ତିଆରି କରୁଥିବା ସୁଶାନ୍ତ ଏହାକୁ ହୋମ୍ ଡ଼େଲିଭରି କରିବା ସହିତ ଅଫ୍‌ଲାଇନରେ ଉପଲବ୍ଧ କରାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ