ଚିଦାନନ୍ଦ ସତସଙ୍ଗ କେନ୍ଦ୍ରର ଅଷ୍ଟମ ବାର୍ଷିକ ଉତ୍ସବ
ବ୍ରହ୍ମପୁର,(ଯୁଗାବ୍ଦ ନ୍ରୁ୍ୟଜ୍):ବ୍ରହ୍ମପୁର ସହରସ୍ଥିତ ବ୍ରହ୍ମାନଗର ହନୁମାନ ମନ୍ଦିରରେ ୩ ଦିନ ବ୍ୟାପି ଆଧାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶନିବାର ଶେଷ ଦିବସ ଅବସରରେ ଗୁରୁଭାଇ ଭୁଞ୍ଜ ବିହାରୀ ପାଢୀଙ୍କ ଅଧକ୍ଷତାରେ ଏକ ଦିବସୀୟ ସାଧନା ଦିବସ ପାଳିତ ହୋଇଯାଇଛି । ଭୋର ସକାଳୁ ବ୍ରାହ୍ମ ମୁହୁର୍ତ୍ତରୁ ମନ୍ତ୍ର ପାଠ ହନୁମାନ ଚାଳିଶା ପାଠ କରିବା ସହ ଗୁରୁବାଣୀ,ସୁନ୍ଦରକାଣ୍ଡ ପରାୟଣ ପାଠ କରାଯାଇଥିଲା । ମନୁଷ୍ୟ ଜନ୍ମ ପୂଣ୍ଣ୍ୟ କରିବା ଫଳରେ ମିଳିଥାଏ ଇଶ୍ୱରଙ୍କୁ ଜପ ପ୍ରାର୍ଥନା କଲେ ନିଶ୍ଚୟ ପ୍ରଭୁ ଦର୍ଶନ ଦେବେ ବୋଲି ସ୍ନାମୀଜୀ ପ୍ରକାଶ କରିଥିଲେ । ଏଥିରେ ପ୍ରକାଶ ଚନ୍ଦ୍ର ରଥ,ସୁରେନ୍ଦ୍ର ପାଢୀ,ତ୍ରିଲୋଚନ ଦାସ,କୃଷ୍ଣଚନ୍ଦ୍ର ପାଢୀ,ହରିହର ସାହୁ,ବିପିନ ବିହାରୀ ପଣ୍ଡା,ସମେତ ଶତାଧିକ ଗୁରୁ ଭାଇ ଭଉଣୀ ,ଯୋଗ ଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପରିଶେଷରେ କୁଞ୍ଜ ବିହାରୀ ପାଢୀ ସମସ୍ତଙ୍କ ୁ ଧନ୍ୟବାଦ ଅର୍ପଣ କରିଥିଲେ ।