ଚିନି ଶିଳ୍ପ ପାଇଁ ଡାଲମିଆ ଭାରତ ସୁଗାରର ଭାରତ ଭୁଷଣଙ୍କୁ ଲାଇଫ୍ ଟାଇମ୍ ଆଚିଭ ପୁରସ୍କାର

ଡାଲମିଆ ଭାରତ ସୁଗାରର ପୁର୍ଣ୍ଣକାଳୀନ ନିର୍ଦ୍ଦେଶକ ଶ୍ରୀ ଭାରତ ଭୁଷଣ ମେହତା ଙ୍କୁ ଭାରତୀୟ ଚିନି ଶିଳ୍ପ ପ୍ରତି ଥିବା ଅବଦାନ ପାଇଁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ରେ ସମ୍ମାନିତ କରାଯାଇଛି । ଚିନି ଶିଳ୍ପ ସହ ସଂଶ୍ଳିଷ୍ଟ ସୁଗାର ଟେକ୍ନୋଲୋଜିଷ୍ଟ ଆସୋସିଏସନ୍ ଅଫ ଇଣ୍ଡିଆ (ଝଞଇଓ) ତରଫରୁ ସମ୍ମାନ ପ୍ରଦାନ କରାଯାଇଛି । ଦୀର୍ଘ ଚାଳିଶ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଡାଲମିଆ ଭାରତ ଗ୍ରୁପର ମେହଟାଙ୍କର ଅବିରତ ଚେଷ୍ଟା ଫଳରେ ଭାରତୀୟ ଚିନି ଶିଳ୍ପର ଅଦ୍ଭୁତପୂର୍ବ ଉତ୍ଥାନ ହୋଇପାରିଛି । ୍ରୀ ମେହଟା ଅଡିଟିଙ୍ଗ ରେ କାର୍ଯ୍ୟ ଆରମ୍ଭ କରି ତାଙ୍କର ଅଧ୍ୟବସାୟ ଦ୍ୱାରା କମ୍ପାନୀରେ ନିଜକୁ ସର୍ବୋଚ୍ଚ ପଦବି ପାଇଁ ଉନ୍ନୀତ ହୋଇପାରିଛନ୍ତି । ତାଙ୍କର ତୀକ୍ଷଣ ବ୍ୟବସାୟୀକ ବୁଦ୍ଧି ଦ୍ୱାରା ସେ ୬୫୦କୋଟି ଟଙ୍କାରୁ ଉର୍ଦ୍ଧ ଚିନି, ଏଥାନୋଲ ଓ ମିଶ୍ରଣ ବ୍ୟବସାୟକୁ ପ୍ରତିଷ୍ଠିତ କରିପାରିଛନ୍ତି । ପୁରସ୍କାର ଗ୍ରହଣ ଅବସରରେ ମେହଟା କହିଛନ୍ତି ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପାଇବା ମୋ ପାଇଁ ଅବିସ୍ମରଣୀୟ । ପୁରସ୍କାର ମୋର ଡାଲମିଆ ଭାରତ ସୁଗାର ଏବଂ ଚିନି ଶିଳ୍ପର ଉନ୍ନତି ଏବଂ ଦେଶ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧତାକୁ ପ୍ରୋତ୍ସାହନ ଯୋଗାଇଦେବ ।

ଡ଼ାଲମିଆ ଭାରତ ସୁଗାର ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିଃ ସମ୍ପର୍କରେ:
ଡ଼ାଲମିଆ ଭାରତ ସୁଗାର ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିଃ. (ଡ଼ିବିଏସଆଇଏଲ), (ବିଏସଇ ସୂଚିତ ସଂଖ୍ୟା : ଡ଼ାଲମିଆଏସୟୁଜି/ ୫୦୦୦୯୭/ ଏନଏସଇ ସଂକେତ : ଡ଼ାଲମିଆ ଏସ୍ୟୁଜି), ର ସମନ୍ୱିତ ଚିନି (ମଦକାରଖାନା ତଥା କୋଜେନ ମିଶାଇ), ପବନଚାଳିତ ଫାର୍ମ, ମାଙ୍ଗାନିଜ ତଥା ଅନ୍ୟାନ୍ୟ ବିବିଧ କାରଖାନା ପ୍ରତି ଯଥେଷ୍ଟ ବ୍ୟବସାୟିକ ଆଗ୍ରହ ରହିଛି । ଉତରପ୍ରଦେଶର ଜବାହାରପୁର, ନିଗୋହି ତଥା ରାମଗଡ଼ଠାରେ ଏବଂ ମହାରାଷ୍ଟ୍ରର କୋଲାହପୁର ଏବଂ ସାଙ୍ଗଲିଠାରେ ଏହି ଅନୁଷ୍ଠାନର ତିନୋଟି ଚିନି କାରଖାନା ରହିଛି । ସର୍ବମୋଟ ୩୪୦୦୦ ଟିସିଡ଼ି କ୍ଷମତା ବିଶିଷ୍ଟ ଆଖୁ ପେଡ଼ା ଫାର୍ମ, ଦୈନିକ ୨୪୦

କେଏଲପିଡ଼ି କ୍ଷମତାର ମଦ ଏବଂ କୋ-ଜେନେରେସନ୍ କାରଖାନା ତଥା ୧୧୯ ମେଗାୱାଟ୍ ଶକ୍ତି ଉତ୍ପାଦନର କ୍ଷମତା ଏହି କମ୍ପାନୀ ପାଖରେ ରହିଅଛି ।
ସୁଗାର ଟେକ୍ନୋଲୋଜିଷ୍ଟ ଆସୋସିଏସନ୍ ଅଫ ଇଣ୍ଡିଆ:
ଏକ ଜାତୀୟ ସ୍ତରର ଚିନି ଶିଳ୍ପ ସହ ସଂଶ୍ଳିଷ୍ଟ ପେଶାଦାରଙ୍କର ଅନୁଷ୍ଠାନ । ଏହା ଏକ ବେସରକାରୀ ଲାଭ ରହିତ ସଂସ୍ଥା । ଏହା ୧୯୨୫ ମସିହାରେ ପ୍ରତିଷ୍ଠିତ । ଏହାର ମୁଖ୍ୟ କାର୍ଯ୍ୟାଳୟ ନୂଆ ଦିଲ୍ଲୀ ଠାରେ ଅବସ୍ଥିତ । ବର୍ତ୍ତମାନ ଏହି ଅନୁଷ୍ଠାନରେ ଚିନି କଳ ରିଫାଇନାରୀ ବିଶୋଧନ କେନ୍ଦ୍ର ଏବଂ ରିସର୍ଚ ସହ ସଂଶ୍ଳିଷ୍ଟ ୩୪୭୫ ସଭ୍ୟ କାମ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ