ଚିନ୍ତାରେ ଚାଷୀ,ଶିଘ୍ର ଧାନମଣ୍ଡି ଖୋଲିବା ନିମନ୍ତେ ଦାବୀ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ନାଉଗାଁ ବ୍ଲକରେ ଖରିଫ ଧାନର ଅଭାବୀ ବିକ୍ରି ଆରମ୍ଭ ହେଲାଣି । ଚାଷୀ ଋଣକରି ନିଜର ଜମିରେ ଲଗାଇଥିବା ଧାନ ରୁ ସିନା ଅମଳ କରି କରିଦେଲା କିନ୍ତୁ ଋଣ ସୁଝିବା ସହ ପରିବାରର ପ୍ରତିପୋଷଣ ନିମନ୍ତେ ବାଧ୍ୟ ହୋଇ ସରକାରୀ ନିର୍ଦ୍ଧାରିତ ମୁଲ୍ୟ ଠାରୁ ଚାଷୀ ଧାନ କମ ମୁଲ୍ୟରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ଅନ୍ୟ ପଟେ ପରିବାରର ପ୍ରତିପୋଷଣ କଷ୍ଟ ଘରର ଆର୍ଥିକ ଅଭାବ ଲାଗି ରହିଥିବାରୁ ଚାଷୀ ମାନେ ବାଧ୍ୟ ହୋଇ କମ ମୁଲ୍ୟରେ ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି । ସୂଚନା ମୁତାବକ ଚାଷୀ ପଂଜିକରଣ ପୋର୍ଟଲରେ ନାଉଗାଁ ବ୍ଲକରେ ମୋଟ ୬ଟି ସେବା ସମବାୟ ସମିତି ଅଧିନରେ ୨୫୫୭ ଜଣ ଚାଷୀ ସେମାନଙ୍କର ବଳକା ଧାନ ବିକ୍ରି କରିବା ପାଇଁ ଧାନ ମଣ୍ଡିରେ ନାମ ପଂଜିକରଣ କରିଛନ୍ତି । ଏଥିରେ ଡେରିକି ସେବା ସମବାୟ ସମିତିରେ ୪୬୭ ଜଣ ଚାଷୀ ସେମାନଙ୍କ ଧାନ ବିକ୍ରି କରିବା ପାଇଁ ନାମ ପଂଜିକରଣ କରିଥିବା ବେଳେ , ତିରୁଣା ସେବା ସମବାୟ ସମିତିରେ ୪୧୧ଜଣ ଚାଷୀ, ଶିଖର ସେବା ସମବାୟ ସମିତିରେ ୩୪୭ଜଣ ଚାଷୀ, ଅଲଣା ସେବା ସମବାୟ ସମିତିରେ ୩୫୪ଜଣ ଚାଷୀ, ନାଉଗାଁ ସେବା ସମବାୟ ସମିତିରେ ୪୦୧ଜଣ ଚାଷୀ,ଗଜରାଜପୁର ସେବା ସମବାୟ ସମିତିରେ ୫୭୭ଜଣ ଚାଷୀ ସେମାନଙ୍କର ବଳକା ଧାନକୁ ମଣ୍ଡିରେ ବିକ୍ରୟ କରିବା ପାଇଁ ନାମ ପଂଜିକରଣ କରିଛନ୍ତି । ଅନ୍ୟପଟରେ ଅନଲାଇନ ପଂଜିକରଣ ସମୟସୀମା ଶେଷ ହୋଇ ଯାଇଥିବାରୁ ଶିଖର ସେବା ସମବାୟ ସମିତି ୪୦ଜଣ ଓ ଗଜରାଜପୁର ସେବା ସମବାୟ ସମିତିରେ ୮ଜଣ ଚାଷୀଙ୍କର ନାମ ପଂଜିକରଣ ହୋଇ ପାରିନଥିବା ସମିତିର ସଂପାଦକ ପକ୍ଷରୁ ସୂଚନା ଦିଆଯାଇଛି । ଧାନ ମଣ୍ଡିରେ ଖୋଲିବାରେ ବିଳମ୍ବ ହେଉଥିବା କାରଣରୁ ବହୁ ଚାଷୀ କରଜ ଶୁଝିବା ପାଇଁ କମ ମୂଲ୍ୟରେ ଧାନ ବିକ୍ରି ପାଇଁ ଏକ ପ୍ରକାର ବାଧ୍ୟ ହେଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି । ଏସଂର୍ପକରେ ଜଗତସିଂହପୁର ଏଆରସିଏସଙ୍କ ମତାମତ ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ । ତେଣୁ ଯଥାଶୀଘ୍ର ବିଭିନ୍ନ ସେବା ସମବାୟ ସମିତିରେ ଧାନମଣ୍ଡି ଖୋଲିବାକୁ ଏଆଇକେକେଏମଏସର ଜିଲ୍ଲା ସଭାପତି ସୁବାସ ସ୍ୱାଇଁ,ଫେଲୁ ପରିଡା,ନିଗମାନନ୍ଦ ପରିଡାଙ୍କ ସମେତ ଚାଷୀ ମହଲରୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ