‘ଚିନ୍ମୟ ମିଶନ’ ପ୍ରତିଷ୍ଠାତା ସ୍ୱାମୀ ଚିନ୍ମୟାନନ୍ଦଙ୍କ ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା):‘ଚିନ୍ମୟ ମିଶନ’ର ପ୍ରତିଷ୍ଠାତା ସ୍ୱାମୀ ଚିନ୍ମୟାନନ୍ଦ ସରସ୍ୱତୀଙ୍କର ଜୟନ୍ତୀ ଅଙ୍ଗାରଗଡ଼ିଆ କଲ୍ୟାଣନଗର ସ୍ଥିତ ମିଶନ କେନ୍ଦରେ ପାଳିତ ହୋଇଯାଇଛି । ଚିନ୍ମୟ ମିଶନ ବାଲେଶ୍ୱର ଶାଖା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମ ଦିବସର ପ୍ରାତଃକାଳରେ ସଭ୍ୟ/ସଭ୍ୟାମାନଙ୍କ ଦ୍ୱାରା ବ୍ରହ୍ମଚାରୀ ଅଗସ୍ତ୍ୟ ଚୈତନ୍ୟଙ୍କ ନେତୃତ୍ୱରେ ସହରର ଝାଡ଼େଶ୍ୱର ମନ୍ଦିର ସମେତ ଅନ୍ୟାନ୍ୟ ପ୍ରମୁଖ ମନ୍ଦିରରେ ଗରିବ ତଥା ଅନାଥମାନଙ୍କୁ ଫଳ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ପରେ ମିଶନ କେନ୍ଦ୍ରରେ ସଭ୍ୟ-ସଭ୍ୟା ତଥା ଶ୍ରଦ୍ଧାଳୁଙ୍କ ଦ୍ୱାରା ଗୁରୁଦେବ ଚିନ୍ମୟାନନ୍ଦଙ୍କ ପାଦୁକା ପୂଜନ, ଭଜନ ଏବଂ ଆଧ୍ୟାମିôକ ପ୍ରବଚନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକୁ ଆଚାର୍ଯ୍ୟ ବ୍ରହ୍ମଚାରୀ ଅଗସ୍ତ୍ୟ ଚୈତନ୍ୟ, ଡା. କ୍ଷିତୀଶ୍ୱର ଦାସ, ଦିବାକର ମହାପାତ୍ର, ଅକ୍ଷୟ କୁମାର ତ୍ରିପାଠୀ, ଗଂଗାଧର ପୃଷ୍ଟି, ବେଣୁମାଧବ ଶତପଥୀ, ଧୀରେନ୍ଦ୍ର ନାରାୟଣ ଦାସ, ବିଜୟ କୁମାର ଦାସ ଅଧିକାରୀ, ରଜନୀକାନ୍ତ ବେହେରା, ଗୋପାଳ ଚନ୍ଦ୍ର ନାୟକ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ହରିଶ୍ଚନ୍ଦ୍ର ସାହୁ, ଉଦୟ ନାରାୟଣ ଦାସ, କନକଲତା ଦାସ, ଡା. ସୁବ୍ରତ କୁମାର କର ପ୍ରମୁଖ ସମ୍ପାଦିତ କରିଥିଲେ । ଏହି ଦିନକୁ ସମଗ୍ର ବିଶ୍ୱରେ ଥିବା ଚିନ୍ମୟ ମିଶନ କେନ୍ଦ୍ରଗୁଡ଼ିକରେ ସେବା ଦିବସ ଭାବେ ପାଳନ କରାଯାଇଛି ।