‘ଚିନ୍ମୟ ଯୁବକେନ୍ଦ୍ର’ପକ୍ଷରୁ ବ୍ୟକ୍ତିତ୍ୱ ବିକାଶ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) : ଚିନ୍ମୟ ମିଶନର ଯୁବ ଶାଖା ‘ବାଲେଶ୍ୱର ଚିନ୍ମୟ ଯୁବକେନ୍ଦ୍ର’ ପକ୍ଷରୁ ଏକ ଦିନିକିଆ ବ୍ୟକ୍ତିତ୍ୱ ବିକାଶ ଶିବିର ବିବେକାନନ୍ଦ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ କଲେଜରୁ ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ଏହି ଶିବିରରେ ଉପସ୍ଥିତ ଥିଲେ । ବାଲେଶ୍ୱର ଚିନ୍ମୟ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରୀ ଅଗସ୍ତ୍ୟ ଚୈତନ୍ୟ, କ୍ଷିତିଶ୍ୱର ଦାଶ, ବିଜୟ କୁମାର ଦାସଅଧିକାରୀ, ଗଙ୍ଗାଧର ପୃଷ୍ଟି ଏବଂ ବିଜୟ କୁମାର ସାହୁ ଦୀପ ପ୍ରଜ୍ଜ୍ୱଳନ କରି ଶିବିର ଉଦଘାଟନ କରିଥିଲେ । ବିଶେଷ କରି ଜୀବନର ଲକ୍ଷ୍ୟ ଏବଂ ବ୍ୟକ୍ତିତ୍ୱ ନିର୍ମାଣ ସମ୍ପର୍କରେ ସେମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଶିବିରରେ ସାମୂହିକ ପ୍ରାର୍ଥନା, ଯୋଗାସନ, ଧ୍ୟାନ ଆଦି ଶିକ୍ଷା ପ୍ରଦାନ ସହ ପିଲାମାନଙ୍କ ମଧ୍ୟରେ ସାମୂହିକ ଆଲୋଚନା, ସାଧାରଣ ଜ୍ଞାନ ପ୍ରତିଯୋଗିତା, ପ୍ରଶ୍ନୋତ୍ତର ଭଳି ଅନେକ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା । ଶେଷରେ ମିଶନର ସମସ୍ତ ସଦସ୍ୟଙ୍କ ଦ୍ୱାରା ଏକ କରୋନା ସଚେତନତା ମୂଳକ ନାଟକ ପରିବେଷଣ ହେବା ସହ ପ୍ରତିଯାଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା । ଚିନ୍ମୟ ମିଶନର ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ