ଚିଲିକାରୁ ଦୁଇ ଡ଼ଲଫିନଙ୍କ ମୃତ୍ୟୁ ଦେହ ଉଦ୍ଧାର
ଗଞ୍ଜାମ, (ବିନୋଦ ପଲାଇ):ରମ୍ଭା ସହର ପାନ୍ଥନିବାସ ଚିଲିକା ଉପକୂଳରେ ଦୁଇ ଦିନରେ ଦିଇଟି ଡ଼ଲଫିନ ର ମୃତ୍ୟୁ ଦେହ ଉଦ୍ଧାର ହୋଇଛି। ଉଦ୍ଧାର କରିଛି ରମ୍ଭା ବନ୍ୟପ୍ରାଣୀ ଓ ବନାଞ୍ଚଳ ବିଭଗ । ଫଳରେ ଡଲଫିନର ସୁରକ୍ଷା ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ ମାନେ ।ମୃତ ଦୁଇ ଡ଼ଲଫିନର ଉଚ୍ଚତା ପ୍ରାୟ ୬ ଫୁଟ ଥିବା ବେଳେ ଏହାର ଓଜନ ପ୍ରାୟ ୮୦ କିଲୋ ।ଗତ କାଲି ବଙ୍ଗଳାସାହି ନିକଟସ୍ଥ ଚିଲିକା କୂଳରେ ଗୋଟିଏ ମୃତ ଡ଼ଲଫିନ ଓ ଆଜି ପାନ୍ଥନିବାସ ଜେଟି ନିକଟରେ ପୁଣି ଗୋଟିଏ ମୃତ ଡ଼ଲଫିନ ପଡ଼ି ରହିଥିଲା ।ଯାହାଫଳରେ ମୃତ ଡ଼ଲଫିନର ଦୁର୍ଗନ୍ଧର ଶିକାର ହେଉଥିଲେ ସ୍ଥାନୀୟ ବାସିନ୍ଦା ।ଖବର ପାଇ ରମ୍ଭା ବନ୍ୟପ୍ରାଣୀ ଓ ବନାଞ୍ଚଳ ଉଦ୍ଧାର କରିଛନ୍ତି।ଗତ ସାତ ବର୍ଷ ତଳେ ପ୍ରଥମ ଥର ପାଇଁ ରମ୍ଭା ପାନ୍ଥ ନିବାସ ଚିଲିକା କୂଳେ ଡ଼ଲଫିନ ଦେଖିବାକୁ ମିଳିଥିଲା।ଯାହା ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ପାଲଟିଥିଲା । ଗତ ବର୍ଷ କରାଯାଇଥିବା ଗଣନାରେ ୧୫୬ ଟି ଡ଼ଲଫିନ ଆସିଥବା ଜଣାପଡ଼ିଥିବା ବେଳେ, ସୁରକ୍ଷା ଅଭାବରୁ ଡ଼ଲଫିନ ମୃତ୍ୟୁକୁ ନେଇ ବିଭଗର କାର୍ଯ୍ୟ ନିଷ୍ଠା ପ୍ରତି ପ୍ରଶ୍ନ ଉଠୁଥିବା ବେଳେ ସୁରକ୍ଷା ମଧ୍ୟ ପାଲଟିଛି ଚାଲେଞ୍ଜ ।


