ଚିଲିକାରେ ସଫେଇ କାର୍ଯ୍ୟକ୍ରମ

ଭୁବନେଶ୍ୱର ,(ଯୁଗାବ୍ଦ ନ୍ୟୁଜ) : ଆନ୍ତର୍ଜାତୀୟ ତଟ ସଫା ଦିବସ ଅବସରରେ ଚିଲିକା ଏନ.ଏ.ସି ଦ୍ୱାରା ଏକ ବଡ ଧରଣର ସଫେଇ ଆଭିଯାନ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ନୌସେନା କର୍ମୀ, ପ୍ରତିରକ୍ଷା ସୁରକ୍ଷା କର୍ମୀ, ଅର୍ଦ୍ଧସୈନିକ କର୍ମଚାରୀ , ପ୍ରଶିକ୍ଷାର୍ଥୀ, କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଏନ.ସି.ସି ଛାତ୍ରଛାତ୍ରୀଙ୍କ ମିଳିତ ସହେଯାଗରେ ପରିବେଶକୁ ସୁରକ୍ଷା ଲକ୍ଷ୍ୟ ନେଇ ସଫେଇ କରାଯାଇଛି । ପ୍ରଶିକ୍ଷାର୍ଥୀମାନେ ୱେଲର ନୌକା ସାହାର୍ଯ୍ୟରେ କାଳୀଜାଇ ଦ୍ୱୀପ, କେନ୍ଦ୍ରୀୟ ବିଦ୍ୟାଳୟ ଓ ଏନ.ସି.ସି ଛାତ୍ରଛାତ୍ରୀ ମାନେ ଆଲମପୁର କୂଳ ସଫା କରିଥିଲେ । ତଟସଫା ଅଭିଯାନ ପୁର୍ବରୁ ସମସ୍ତଙ୍କୁ ଅଭିନବ ପ୍ରଣାଳୀରେ ବର୍ଜ୍ୟବସ୍ତୁ ପରିତ୍ୟାଗ କରିବାକୁ ଅବଗତ କରାଯାଇଥିଲା ଷ ଆଇ.ଏନ.ଏସ ଚିଲିକାର ଏହି ପଦକ୍ଷେପକୁ ସ୍ଥାନୀୟ ଅଧିବାସୀମାନେ ଉତ୍ସାହର ସହ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ