ଚିଲିକା ଡଙ୍ଗାବୁଡି ଘଟଣା : ତିନି ଡଙ୍ଗା ମାଲିକ ଗିରଫ

ଭୁବନେଶ୍ବର : ଚିଲିକା ଡଙ୍ଗାବୁଡି ଘଟଣାରେ ତିନି ଡଙ୍ଗା ମାଲିକଙ୍କୁ ଗିରଫ କରାଯାଇଛି । ଗତକାଲି ଚିଲିକା ମଝିରେ ଡଙ୍ଗା ବୁଡିଯିବା ଘଟଣାରେ ଡଙ୍ଗା ମାଲିକଙ୍କୁ ବାଲୁଗାଁ ପୋଲିସ ଗିରଫ କରିଛି । କାଳିଜାଇରୁ ଭୋଜି ସାରି ଫେରୁଥିବାବେଳେ ଗୋଟିଏ ଡଙ୍ଗା ବୁଡିଥିଲା । ପଛରେ ଆସୁଥିବା ଅନ୍ୟ ଏକ ଡଙ୍ଗା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା । ଡଙ୍ଗା ବୁଡିବା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ବାଲୁଗାଁ ଫିସେରୀ ଡିଏଫ୍‌ଓ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆସନ୍ତା କାଲିଠାରୁ ସମସ୍ତ ଡଙ୍ଗାର କାଗଜପତ୍ର ଯାଞ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି । ଗତକାଲି ଚିଲିକାଠାରେ ବୁଡି ଯାଇଥିବା ଡଙ୍ଗାରେ ଆବଶ୍ୟକତାଠାରୁ ଅଧିକ ସଂଖ୍ୟକ ଯାତ୍ରୀ ରହିବା କାରଣରୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ପଡିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ