‘ବାଗୀ ୩’ର ଫାଷ୍ଟଲୁକ୍‌ ରିଲିଜ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ବାଗୀ ୩’ର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି । ପୋଷ୍ଟରରେ ଟାଇଗର୍‌ ଏକ ଯୁଦ୍ଧ ମଇଦାନରେ ଠିଆ ହୋଇଥିବାର ନଜର ଆସିଛନ୍ତି । ଟାଇଗର୍‌ ଏହି ପୋଷ୍ଟରକୁ ସୋସିଆଲ୍‌ ମିଡିଆରେ ସେୟାର କରିବା ସହିତ ଏହି ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି । ଟାଇଗର୍‌ ଇନ୍‌ଷ୍ଟାଗ୍ରାମରେ ବାଗୀ ୩ର ଫାଷ୍ଟ ଲୁକ୍‌ର ପୋଷ୍ଟରକୁ ସେୟାର କରି ଲେଖିଛନ୍ତି ଯେ, ‘ନିଜର ସବୁଠୁ ଶକ୍ତିଶାଳୀ ଶତ୍ରୁ ବିରୋଧରେ ତା’ର ସବୁଠାରୁ ବଡ଼ ଯୁଦ୍ଧ, ଏକ ଦେଶ ବିରୁଦ୍ଧରେ, ରନି ପୁଣି ଫେରିଛି !’ ଏହି ଫିଲ୍ମର ଟ୍ରେଲର୍‌ଟି ଆସନ୍ତା ୬ ତାରିଖରେ ରିଲିଜ୍‌ ହେବ। ପୋଷ୍ଟରରେ ଟାଇଗର୍‌ ଆକ୍ସନ ମୋଡରେ ନଜର ଆସିଥିବାବେଳେ ତାଙ୍କ ସାମ୍ନାରେ ଟ୍ୟାଙ୍କର୍‌, ହେଲିକ୍ୟାପ୍ଟର ରହିଥିବାବେଳେ ଏହି ମେସିନ୍‌ଗଗୁଡ଼ିକ ସାମ୍ନାରେ ଟାଇଗର୍‌ ବେଶ୍‌ ବୀର ଦର୍ପରେ ଠିଆହୋଇଥିବାବେଳେ ତାଙ୍କ ହାତରେ ଏକ ରାଇଫଲ୍‌ ରହିଥିବାର ଦେଖାଯାଇଛି । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିବେ ଶ୍ରଦ୍ଧା କପୁର୍‌ । ଶ୍ରଦ୍ଧା ‘ବାଗୀ’ରେ ଟାଇଗର୍‌ଙ୍କ ସହ ନଜର ଆସିଥିଲେ । ଶ୍ରଦ୍ଧା-ଟାଇଗର୍‌ଙ୍କ ବ୍ୟତୀତ ଏହି ଫିଲ୍ମରେ ରିତେଶ ଦେଶମୁଖ୍‌, ବିଜୟ ବର୍ମା, ଅଙ୍କିତା ଲୋଖେଣ୍ଡ, ଦିଶା ପଟ୍ଟାନୀ, ଜ୍ୟାକି ଶ୍ରଫ୍‌ ପ୍ରମୁଖ ନଜର ଆସିବେ । ଅହମ୍ମଦ ଖାନ୍‌ ନିର୍ଦ୍ଦେଶିତ ଏହି ଫିଲ୍ମଟି ମାର୍ଚ୍ଚ 6ରେ ପରଦା ଉପରକୁ ଆସିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ