ଚୀନ୍ କୋଇଲାଖଣିରେ ବିସ୍ଫୋରଣ : ୧୫ ମୃତ, ୯ ଆହତ
ବେଜିଂ : ମଙ୍ଗଳବାର ରାତି ୧ଟା ୩୦ ମିନିଟ୍ରେ ଚୀନ୍ର ଏକ କୋଇଲା ଖଣିରେ ଭୟାବହ ବିସ୍ଫୋରଣ ଘଟିଛି। ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି। ଚୀନ୍ର ଗୁଇଝୋଉ ପ୍ରଦେଶରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟିବା ସମୟରେ କୋଇଲାଖଣିରେ ୨୩ ଜଣ ଲୋକ ମହଜୁଦ ଥିଲେ । ଦୁର୍ଘଟଣାସ୍ଥଳରୁ ୯ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ୨ ଜଣ କର୍ମଚାରୀ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ଜଣାପଡିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି । ତିନି ଦିନ ପୂର୍ବରୁ ଅନ୍ୟ ଏକ ଦୁର୍ଘଟଣାରେ ସମାନ ଖଣି ୫ ଜଣଙ୍କର ମୃତ୍ୟୁ ଘଟିଥିଲା ।


